ପୃଷ୍ଠା:Prachina Odia Kabita.pdf/୧୮୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୭୮
ପ୍ରାଚୀନ ଓଡ଼ିଆ କବିତା
 

ତୁଳସୀର ଜଟ ତୁଳସୀ ମୁକୁଟ
ତୁଳସୀ ଭୂଷଣ ହୋଇ ।
ତୂୁଳସୀ ଚଉଁରା ପାଶେ ଅନାଇଲେ
ନୀଳଚକ୍ର ଦିଶୁଥାଇ । । ୩ ।

ଅବନୀର ଭାର ସଙ୍କଟ ପଡିଲା
ପଥରକୁ କଲ ଭେଳା
ଅକୂଳ ସମୁଦ୍ରେ ମୋ ଭେଳା ଭାସୁଛି
ପାରିକର ଚକାଡୋଳା । । ୪ ।

ସମୁଦ୍ର ତଟରେ ପକ୍ଷୀ ଅଣ୍ଡା ଦେଲା
ଡିମ୍ବ ନେଲା ରତ୍ନାକର
ସପ୍ତ ଡିମ୍ବ ତାର ଜଳରେ ଭାସିଲା
ପାରିକର ଚକ୍ରଧର । । ୫ ।

ଚକ୍ଷୁକୁ ଯେସନେ ପିଛୁଡ଼ା ଆବୋରି
ଭକ୍ତକୁ ତେହ୍ନେ ଗୋସାଇଁ
ଦୀନ ଅଚ୍ୟୁତ ଯେ ଭାବରେ ଭଣିଲେ
ପ୍ରଭୁପଦ ଚିତ୍ତେ ଧ୍ୟାୟି । । ୬ ।