ପୃଷ୍ଠା:Prachina Odia Kabita.pdf/୧୮୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୮୦
ପ୍ରାଚୀନ ଓଡ଼ିଆ କବିତା
 

ଢାଉ ମାଖି ମୁଖେଣ ଗନ୍ଧ ମଳୟଜ ଛରା
ଥୋର ହସ୍ତ ପରିଯନ୍ତେ ଲମ୍ବେ ଫୁଲଝରା ଯେ ।
ସୁବେଶ ହୋଇଣ ଗଜ ଯୋଦ୍ଧାମାନେ ଆସି
ଝଙ୍କାରିଣ କକ୍ଷେ ବସି କାଚେ ପାଦ ଖୋସି ଯେ ।
ପଲାଣିଆ ବାରୁ ପରିଡ଼ାଏ ସଜ ହୋନ୍ତି
ଅଗଣିତ ତୁରଙ୍ଗ ସମସ୍ତେ ସିନ୍ଧୁ ଜାତ ଯେ । ।୩୦।
ମଣିମୟ ବାଖର ଚାମର ଶ୍ୱେତ ନେତ ।
ରୂପା କଡ଼ିଆଳ ବନ୍ଧ ସୁନାରେ ନିର୍ମିତ ଯେ ।
ସାରଥିମାନେ ମଣ୍ଡିଲେ ସବୁ ରହୁବର
ଅବନୀକି ବିଜୟ କି କଲେ ପୁରନ୍ଦର ଯେ ।
କ୍ଷୁଦ୍ର ଘଣ୍ଟି ଘାଗୁଡ଼ି କୁସୁମ ମାଳ ମାଳ
କନକ କଳଶେ ନେତ ପତନୀ ଚିରାଳ ଯେ ।
ଚତୁରଙ୍ଗ ବଳ ସଜ ହୋଇଣ ଅଇଲେ
ଦଶରଥ ରାଜା ଆଗେ ବଶିଷ୍ଠେ କହିଲେ ଯେ ।
ଶୁଭଲଗ୍ନ ହୋଇଲା ଆପଣେ ବିଜେକର
ଶୁଣି ବୀରବେଶ ହୋଏ ରଘୁବଂଶବର ହେ । ।୪୦।
ଅନ୍ତପୁରେ ପଶିଣ ଜନକ ମହୀପତି
ଚାରି କୁମାରୀକି କୋଳେ ଘେନି ତିଆରନ୍ତି ହେ ।
ଝରଝର ନୟନରୁ ବହେ ନୀରଧାର
ଆକୁଳ ସମସ୍ତ ସିମନ୍ତିନୀ ଅନ୍ତପୁର ଯେ ।
ଜାନକୀର ମୁଖ ଚାହିଁ ବୋଲନ୍ତି ବଚନ
ତୁମ୍ଭେ ମୋ ଚାରିକୁମାରୀ ଜୀବର ଜୀବନ ଯେ ।
ମିଥିଳା ଛାଡ଼ିଣ ଆଜ ଅଯୋଧ୍ୟାକୁ ଯିବ
ପତି ପାଦ ସେବି ପିତାମାତା ନ ଲୋଡ଼ିବ ଯେ ।
ଶୁଣି ମଇଥିଳୀ ଗଦଗଦ ଗୁରୁ ଶୋକ
ଦେଖିଣ ରୋଦନ୍ତି ଅନ୍ତପୁରେ ଯେତେ ଲୋକ ହେ । ।୫୦।
କେ କର ପଣନ୍ତେ ଆର କରେ ଲୁହ ପୋଛି
ବୋଲନ୍ତି ଏମନ୍ତ ପରି ବିହି ଗଢ଼ିଅଛି ଗୋ ।