ପୃଷ୍ଠା:Prachina Odia Kabita.pdf/୧୮୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ-ଶତାବ୍ଦୀ
୧୮୧
 

ସାନ ସାନ ସଖୀମାନେ ବେଢ଼ି ରୋଦୁଛନ୍ତି
କୁରଙ୍ଗୀନୟନୀ ଲୁଅ ଅଞ୍ଚଳେ ପୋଛନ୍ତି ଗୋ ।
କୋଳକରି ଚାରି କୁମାରୀଙ୍କ ଚାରି ମାଏ
କଥା କହି ଲୋଡ଼ିଲେ ଅଧର କମ୍ପ ହୁଏ ଗୋ ।
କ୍ରୋଧ ସଂହରିଣ ଅତି ଦୁଃଖେ ତିଆରନ୍ତି
ସ୍ତ୍ରିରୀ ସଂସାରକୁ ଏକା ପରପୁଅ ପ୍ରୀତି ଗୋ ।
ଶାଶୁ ଶଶୁରଙ୍କ ମନ ରଞ୍ଜି ତୁମ୍ଭେ ଥିବ
କାନ୍ତ ବଇରାଗ ହେଲେ ମନେ ନ ଧରିବ ଗୋ ।
ସ୍ୱଭାବେ ହେ ସ୍ୱାମୀ ତ ବୋଲିଣ ସେବା କରି
ନିରନ୍ତରେ ତାହାର କୋପକୁ ସିନା ଡରି ।
ତା ତହୁଁ ଦେବତା ଆନ ଯୁବତୀଙ୍କ ନାହିଁ
ସବୁ ପାଶୋରନ୍ତି ଏକା ପତିସେବା ପାଇଁ ଗୋ ।
ପତିସେବା କଲେ ପତିବ୍ରତା ବୋଲି ଜାଣି
ପତିସେବା କଲେ ଇହ ପରଲୋକ ଜିଣି ଗୋ ।
ପତିଦ୍ରୋହ କଲେ ଯୁବତୀଙ୍କି ପାର ନାହିଁ
ପତିପାଦ ଛାଡ଼ି ଆନ ଗତି ଅଛି କାହିଁ ଗୋ ।
ପତିଙ୍କି ସନ୍ତୋଷ କଲେ ସର୍ବଦେବେ ତୋଷ
ସକଳ ଭୁବନେ ତାକୁ ଶୁଭେ ସାଧୁଘୋଷ ଗୋ । ।୭୦।
ଏତେକ ତିଆରି କୁମାରୀଙ୍କୁ ସଜ କରି
ପଶ୍ଚିମ ଦୁଆରେ ଦୋଳି ହାନ୍ଦୋଳା ଉତ୍ତାରି ଯେ ।
ଏକ ସୁଖାସନେ ବର କନିଆନ୍ତ ବସି
ଜୟ ଜୟ ବୋଲି ଦେବେ ଫୁଲନ୍ତ ବରଷି ଯେ ।
ଦଶରଥ ଛାମୁରେ ଜନକ ଆସି ହୋୟେ
କରଯୋଡ଼ି ବିନୟ ବଚନମାନ କହେ ଯେ ।
ତୁମ୍ଭ କୁଟୁମ୍ବରେ ମୁହିଁ ଆଜହୁଁ ମିଶିଲି
ମହତ ବୋଲିଣ ସିନା ଶରଣ ପଶିଲି ହେ ।
ବାଳୁତ କୁମାରୀ ମୋର ଚାରିଗୋଟି ଜେମା
ଏହାଙ୍କର ଦୋଷ କଲେ କରିବାକ କ୍ଷମା ହେ । ।୮୦।