ପୃଷ୍ଠା:Prachina Odia Kabita.pdf/୧୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୦ମ-୧୪ଶ ଶତାବ୍ଦୀ
୧୩
 

ବୁଝ ପୁତା ଅମର କୋଷର ଥଳି
ହୃଦୟ ଚକ୍ର ଉପରେ ପରମ ଆତ୍ମା ପ୍ରାଣଲିଙ୍ଗକୁ ଘେନି ପ୍ରଜଳି ।
ଶୁଣ ପୁତା ଲୋଇରେ ନବ ନାଟୀର ବାଟ
ହୃଦୟକୁ ବୋଲି ଗୋଲାହାଟ ।
ତ‌ହିଂର ଉପରେ ଅଲଖ ଆତ୍ମା କରଇ ଭେଟ ।୬୦।
ତ‌ହିଂର ଉପରେ ବସଇ ଚଉଂରାଶି କୋଟି
ଚଉରାଶି କୋଟିର ପୁତା ଜାଣି ଆସି ବାଟ
ତ‌ହିଂ ସେ ଆଜ ଏ ନିରଞ୍ଜନର ପଡ଼ିଅଛି ବଜ୍ରକବାଟ ।
ଶୁଣ ଶୁଣ ଲୋଇରେ ଘଣ୍ଟିକା ଦ୍ୱାରର ଥାନ
ଯହିଂ ସେ ତ୍ରିବେଣୀ ଧାର ନ ଶୁଖଇ ବ୍ରହ୍ମସ୍ଥାନ ।
ଶୁଣ ପୁତା ଲୋଇରେ ଶିତୁଳି ଜ୍ଞାନଙ୍କର ବନ୍ଧ
ତ‌ହିଂର ଉପରେ କଳିକାଳ ଦୂତେ ପାତିଛନ୍ତି ଫାନ୍ଦ ।
ତ‌ହିଂର ଉପରେ ଜ୍ଞାନ‌ଚନ୍ଦ୍ରର ଥାନ
ତ‌ହିଂକି ଲୟେ କରିଛନ୍ତି ସିଧ୍ୟ ମୂନିମାନ ।
ତ‌ହିଂର ଉପରେ ଶୂନ୍ୟଗିତିମାନ ପ୍ରକାଶି ।୭୦।
ତ‌ହିଂ ସେ ଅମରେ ସ୍ୱରେ ଆହୁଟ ପାଟଣା ବସି ।
ନାସିକା ଦ୍ୱାରେ ପୁତା ଶୂନ୍ୟ ପୁରୁଷର ଥିତି
ତାହାକୁ ଧ୍ୟାୟେ କରି ବିଷ୍ଣୁ ପାଇଲା ପରମ ବିଭୂତି ।
ତ‌ହିଂର ଉପରେ କଣୟ ଗିରିମାନ
ତ‌ହିଂ ପଶେ ଭ୍ରମର ଗୁମ୍ଫା ବିଧାନ ।
ତୁନି ହୋଇ ଥାଇଂ ଭ୍ରମରାନନ୍ଦନ ବନେ ପଶି
ଧ୍ୟାନ ଲୟେ କରି ନ ଦିଅଇ ସମାସି ।
ପଡ଼ିଆ ଭ୍ରମରାକୁ ଯେବେ ପବନ ନ ଯାଇ
ଦେଖ ଦେଖ ଠୂଳ କାୟା ଶୂନ୍ୟରେ ଲୁଚାଇଂ ।
ତ‌ହିଂ ଉପରେ ବସଇଂ ମେରୁ ଗିରିମାନ ।୮୦।
ତ‌ହିଂ ସେ ଚନ୍ଦ୍ରସୂର୍ଯ୍ୟେ କରିଛନ୍ତି ଆତ୍ମାଜ୍ଞାନ ।
ମେରୁ ଗିରି ଉପରେ ପୁତାରେ ଅରଣ୍ୟ ଅପାର
ତ‌ହିଂ ସେ ପ୍ରକୃତିମାନେ କରିଛନ୍ତି ଘର ।