ପୃଷ୍ଠା:Prachina Odia Kabita.pdf/୧୯୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାବ୍ଦୀ
୧୮୩
 

ଦଶରଥ ସଇନି ଭିତରେ ଶୁଭେ ଗୋଳ
ଯୂଥ ଯୂଥ ହୋଇ ବୋବି ପାରନ୍ତି ଶୃଗାଳ ହେ । । ୧୧୦ ।
ଆକାଶୁ ବରଷେ ନୀର ରୁଧିର ପ୍ରଖର ।
ଦେଖି ଦଶରଥ ରାୟେ ହୋଇଲେ କାତର ଯେ |
ଅଇଲା ଅଇଲା ବୋଲି ପଡ଼ିଲାକ ଧାଡ଼ି
ପଳାଅନ୍ତି ରଥ ଗଜ ବନଗିରି ମାଡ଼ି ହେ ।
ଶିରେ କର ଦେଇ ଦଶରଥ ନୃପବର
ଏବେ ହରାଇଲି ରାମ ମୋ ପ୍ରାଣ ଈଶ୍ୱର ହେ ।
ବୋଲେ ଦଶରଥ ବଶ୍ୱାମିତ୍ର ମୁଖ ଚାହିଁ
କେହୁଣି ଉପାୟେ ଏବେ ରାମ ରକ୍ଷା ହୋଇ ହେ ।
ଶିଶୁ ମୃଗଯୂଥେ ଯେହ୍ନେ ବନରାଜ ଧାଡ଼ି
କରିବର ହସ୍ତୁ କାହିଁ ଶୃଗାଳ ଉବୁରି ହେ । ।୧୨୦।
ସୁକୁମାର ଚେଲିକ ବୟସ ରଘୁନାଥ
ମାଳତୀର ମାଳ ଯେହ୍ନେ ମାଳିନୀର ହାଥ ହେ ।
ଶିରୀଷ କୁସୁମେ କାହିଁ କୁଳିଶ ପତନ
ହେଳେ ହରାଇଲି ରାମ ଅମୂଲ୍ୟ ରତନ ହେ ।
ଶ୍ୟାମଳ ସୁନ୍ଦର ରାମ କମଳ ଲୋଚନ
କହେ ମୃଦୁ ସଉରଭ ଅମିୟ ବଚନ ହେ ।
ସୁରଙ୍ଗ ଅଧର ରାମ ମନ୍ଦ ମନ୍ଦ ହାସ
ସମ୍ମୁଖେ ଦେଖିବି ଏବେ ଏହାର ବିନାଶ ହେ ।
ବୋଲେ ଜୀବନ ମୁଁ ଛାଡ଼ିବି ଏହିକ୍ଷଣି
ଖାଇବି ଗରଳ କେହୁ କରେ ଦେବ ଆଣି ହେ । ।୧୩୦।
ବୋଲେ ଗାଧିସୁତ ତୁମ୍ଭେ ଶୁଣ ନୃପବର
ଅଜ୍ଞାନ ପଣେଣ ରାମ ଦୁଷଣ ନ କର ହେ ।
ପ୍ରତ୍ୟକ୍ଷେ ଦେଖିଲୁ ଶିବ ଶରାସନ ଭାଙ୍ଗି
ଶିଶୁ ସିନା ଶ୍ରୀରାମ ବହୁତ ଦୈତ୍ୟ ଗଞ୍ଜି ହେ ।
ଏକା କାଣ୍ତେ ତାଡ଼କୀର ଘେନିଲେ ପରାଣ
ଯଜ୍ଞ ରଖି ଅହଲ୍ୟାକୁ ଦେଲେ ଜୀବଦାନ ହେ ।