ପୃଷ୍ଠା:Prachina Odia Kabita.pdf/୧୯୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାବ୍ଦୀ
୧୮୫
 

ହସି ରୋଷେ ଭୃଗୁପତି ବୋଲେ ଶୁଣ ଭାଇ
ୟେମନ୍ତ କଥାରେ କି ଆମ୍ଭଙ୍କୁ ଭଣ୍ଡିଆଇ ।
ରାମ ବଡ଼ ବୀର ବୋଲି ଆମେ ଶୁଣିଥିଲୁ
ବାଟେଣ ବାରେକ ୟେବେ ଯୋଗେଣ ଭେଟିଲୁ ହେ ।
ଚାଲ ହେ ଦେଖିବା ରାମ କେତେକ ବୟସ
କେମନ୍ତ ପ୍ରକାରେ ଧରିଅଛି ବୀର ବେଶ ହେ । । ୧୭୦।
ଏତେ ବୋଲି ପର୍ଶୁରାମ କହିଲେ ନିରୁତ
ଯହିଁଛନ୍ତି ରଘୁନାଥ ଧାମଇ ତୁରିତ ଯେ |
ଧାତିକାରେ ଧାଇଁଣ ଦେଖଇ ଶିରୀରାମ
ଦେଖି ଦଶରଥ ରାୟେ ହୋଇଗଲେ ଝାମ ହେ ।
ରାମକୁ ଦେଖିଲା ସୁଖାସନର ଉପର
କୋଳେ ଅଛି ସୀତା ସ୍ୱୟଂ ଲକ୍ଷ୍ମୀ ଅବତାର ହେ ।
ବରବେଶ ହୋଇ ରାମ ପ୍ରଳମ୍ବ ନ କଲେ
କୋପଭର ହୋଇ ପର୍ଶୁ ବଚନ ବୋଇଲେ ହେ ।
ଆହୋ ରାମ ମହାଦେବ ଧନୁ କଲ ହତ
ଅପାର କାଳର ସିନା ହୋଇଥିଲା କ୍ଷତ ହେ । ।୧୮୦।
ସେ ଧନୁ ଭାଙ୍ଗିଣ ଯେବେ ଏଡ଼େ ଗର୍ବ କର
ଆଜ ସେ ଜାଣିବା ବଳବୀର୍ଯ୍ୟ ହିଁ ତୁମ୍ଭର ହେ ।
ଏ ମୋର ମହିମା ତୋର ଶୁଣିଲାକି ନାହିଁ
ଏକୋଇଶ ବାର ପୃଥ୍ୱୀ ନିକ୍ଷତ୍ର କଲଇଁ ହେ ।
କ୍ଷତ୍ରିଙ୍କ ରୁଧିର ମାଂସ ମସ୍ତକେ କୁଣ୍ଡ କଲି
ତର୍ପଣ କରିଣ ପିତୃଲୋକଙ୍କୁ ତୋଷିଲି ହେ ।
ଏକୋଇଶ ବାର ପୃଥ୍ୱୀ ଲୋକଙ୍କୁ ମାଇଲି
ଅପୁତ୍ରିକ ଦେଖି ତୋର ପିତାକୁ ରଖିଲି ହେ ।
ତାର ପୁତ୍ର ହୋଇ ତୁମ୍ଭେ ଏଡ଼େ କହ ଟାଣ
ଆଜ ସେ ଜାଣିବା ବଳବୀର୍ଯ୍ୟ ପରାକ୍ରମ ହେ । । ୧୯୦ ।
ଶୁଣିଣ ଲକ୍ଷ୍ମଣ ବୋଲେ ଶୁଣ ପର୍ଶୁରାମ
ଆମ୍ଭର ଛାମୁରେ କମ୍ପା କ‌ହ ପରାକ୍ରମ ହେ ।