ମିଳନ ଚଉତିଶା
ଅର୍ଜୁନ ଦାଶ
କେଶବ ଆଗରେ କୁଞ୍ଜେ କହେ ସହଚରୀ
କୁସୁମଶର ସଂହାରୁ ଅଛି ତୋର ନାରୀ ।
କମଳଦଳଲୋଚନୀ ଅନଙ୍ଗର ଜ୍ୱାଳା
କାମଶର ସହନ ନ ଯାଇ ତୋର ବାଳା । ।୧।
ଖେଦ ସମୁଦ୍ରରେ ତାକୁ ବୁଡ଼ାଇଲୁ ଢ଼ାଳେ
ଖୋଜି ନ ପାଇବୁ ତାକୁ ଲୋଡ଼ିବାର ବେଳେ ।
କ୍ଷୀନ୍ନ ତନୁ ସୁକୁମାରୀ କ୍ଷଣକେ ଚମକେ
ଖଟ ତେଜି ଶୋଇଅଛି ଅବନୀ ପଲଙ୍କେ । ।୨।
ଗୁପତ ଉଦିତ ବାଣୀ କହିଲୁ ଯତନେ
ଗୁଣ ନେଇ ଲଗାଇଲୁଁ ଅମୁଲ୍ୟ ରତନେ ।
ଗତୁଁ ତାର ଅଧରୁ ଅମୀୟ ପାନ କରି
ଗଣ୍ଠି ପାଡ଼ି ଯତନେ ଅଛଇ ଜୀବ ଧରି । ।୩।
ଘୁମାଇଲା ଶଶିମୁଖୀ ଫୁଲଶର ଘାଏ
ଘନ ଘନ ତନୁ ତାପେ ମଳୟଜ ବହେ ।
ଘନ କୁଚ ଉପରେଣ ନୟନର ନୀର
ଘେନସି ଦୟନୀ ଦୋଷ ବାରେ କ୍ଷମା କର । ।୪।
ନିମିଷେ ନ ରହେ ମନ ନ ଦେଖି ତୋ ମୁଖ
ନିରାଶ ନ କରିଣ ତୁ କହ କେତେ ଦୁଃଖ ।
ନିଧି ହରାଇଲା ପ୍ରାୟେ ହେଉଥାଇ ବାମା
ନ କର ନିରାଶ ଦୋଷ ବାରେ କର କ୍ଷମା । ।୫।
ଚନ୍ଦନ ପଙ୍କଜ ଲାଗି ଚମକଇ ଦେହ
ଚିତ୍ତେ ଅନୁଗ୍ରହ ଥିଲେ ମୋର ଆଗେ କହ ।
ଚନ୍ଦ୍ରମା ବିହୀନେ ଯେହ୍ନେ କୁମୁଦିନୀ ଦୁଃଖୀ
ଚିତ୍ତେ ଦୟା ଥିଲେ ପ୍ରଭୁ ବାରେ ଆସ ଦେଖି । ।୬।
କ୍ଷଣେ କ୍ଷଣେ ହସଇ ଖେଳଇ ରୋତୁଥାଇ
କ୍ଷଣକେ ଚେତନା ପାଇ ଶଙ୍କୁନ୍ୟ ବାରଇ ।