ପୃଷ୍ଠା:Prachina Odia Kabita.pdf/୧୯୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାଦ୍ଦୀ
୧୮୯
 

ଛୁଆ ମୃଗ ଗୋଟି ଯେହ୍ନେ ବାଣ ଘାତ ପାଇ
ଛାଡ଼ିବ ଜୀବନ ମନ ତୋରେ ଆଶା ଦେଇ ।। ୭ ।
ଜାଣି ନେହେ ବଚନ ସେ ଭ୍ରମେ ଯା ବୋଲଇ
ଯିସତିସ ବାଣୀ ଶୁଣି ତୋ ପ୍ରାୟେ ମଣଇ ।
ଯୋଗୀ ଯେହ୍ନେ, ସମାଧି ଘେନଇ ଅହର୍ନିଶି
ଯମ ସମ ଯାମିନୀ ଚଞ୍ଚଳ ଏକା ବସି । । ୮ ।
ଫାଳେ ଧୂଳି ପଡ଼ି ମୁଖ ଦିଶେ ଝଳି କଳା
ଝର ଝର ଲେଚନ ଲୋତକ ତେଜି ବାଳା ।
ଝିମଣ୍ଟେକ ଝାମ ହେଉଥ ଇ ତା'ର ଅଙ୍ଗ
ଝଗଡ଼ି ନ କର ଦଅ ଦରଶନ ସଙ୍ଗ । । ୯ ।
ନିସତ ହୋଇଲା ସଖା ମନମଥ କୋପେ
ନିଶି ନ ସରଇ ତାକୁ ଶଶଧର ତାପେ ।
ନ ଜାଣଇ କପଟ-ସେନେହ ମେ ର ସହୀ
ନିରନ୍ତରେ ରୋହୁଥାଇ ନିରିମାଖି ହୋଇ | । ୧୦ ।
ଟମାଳ କହିଲେ ଆଉ ନ ବର୍ତ୍ତଇ ସିନା
ଟେକ ଏଣେ ତେଣେ ତା’ର ଦୁଃଖ ଦେଖୁଁ, କିନା ।
ଟେକି ହୋଇ ବସିବାକୁ ନ ପାରଇ ସହୀ
ଟାଣପଣ କରିଅଛି ତା'ର କୁଚ ଦୁଇ । । ୧୧ ।
ଠାବ କରି ନ ପାରଇ ବୋଇଲେ ବଚନ
ଠାରିଲେଣି ସଖି ମୋର ନ ଚାହେଁ ନୟନ ।
ଠୁଳ ଦୋଷମାନ ତା’ର କେତେ ନାହିଁ ସହି
ଠୁଳ କରି ଲେଡ଼ଲେ ପାଇବୁ ଆଉ କାହିଁ । । ୧୨ ।
ଡେରିଛି ଶ୍ରବଣ ବାଣୀ ଶୁଣିବାକୁ ପୁଣି
ଡୋଳାରୁ ତାହାର ନିଶ୍ଚେ ନ ଶୁଖଇ ପାଣି ।
ଡରିଲାଣି ସଖୀ ମୋର ପଞ୍ଚଶର ଘାତେ
ଡହକ ସୁବର୍ଣ୍ଣ ଦେଲୁ ଡ଼କାଇତ ହାତେ । । ୧୩ ।
ତାଳେହଁ ତୁ ନିରାଶ ନ କର ନରହରି
ଢ଼ଳୁ ଅଛି ସୀମନ୍ତନୀ ଗୋପର ସୁନ୍ଦରୀ ।