ପୃଷ୍ଠା:Prachina Odia Kabita.pdf/୧୯୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୯୦
ପ୍ରାଚୀନ ଓଡିଆ କବିତା
 

ଢଳହଳ କମଳ ପତ୍ରରେ ଯେହ୍ନ ନୀର
ଢମ ନୋହେ ସଖୀ ମୋର ତେଜୁଛି ଶରୀର ।।୧୪।
ଅଣ ଆଦରେଣ ହରି ହରାଉଛୁ ନିଧି
ଅଣ ଦୋଷେ ରୋଷ କଲେ ନୁହଇ ତା' ସିଦ୍ଧି ।
ଅନ୍ୟ ଦୋଷମାନ ତା'ର କେତେ ଅଛୁ ସହି
ଅଣୁ ଦୟା ଥିଲେ ସଖୀ ସୁଖ ଦେଖ ଯାଇ । ।୧୫।
ତେଣ୍ଟଣ ହୋଇଲୁ ଏଡ଼େ ଉଦାର ଆ ଗୋଟି
ତରକିଲା ନାହିଁ ସଖୀ ଏ ତୋହର କୁଟି ।
ସ୍ତ୍ରୀରିରତ୍ନ ଶିରୋମଣି ବଶେଷ ଅବଳା
ସେ କାହିଁ ସହିବ ସଖୀ ମନମଥ ଜ୍ୱାଳା ।।୧୭।
ଥନ ଥନ ଥନ କରି ବୁଜଇ ଚାହଁଇ
ସ୍ଥବିର ଲୋକର ପ୍ରାୟେ ହଷଇ ଭାଷଇ ।
ଥୋକେ ସଖି ଆଗରେ ଏକାନ୍ତେ କହେ ହିୟା
ଥିବ ଜୀବ ଯେମନ୍ତେ କେଶବ କର ଦୟା ।।୧୭।
ଦୟାନିଧି ବାନା ତୁମ୍ଭ ଭୂବନ ଭରମେ
ଦାରୁଣ ହୋଇଲ ମୋର ସଖୀର କରମେ |
ଦିନକର ବିନୁ ଯେହ୍ନ କମଳିମୀ ଦୁଖୀ
ଦିନୁଦିନ ଦୁର୍ବଳ ହୋଇଲା ମୋର ସଖୀ ।।୧୮।
ଧିକ ଜାନୁ ଯଉବନ ଦେଲା ତୋତେ ଦାନ
ଧରମରେ ଧରିଅଛି ଯିବାର ଜୀବନ ।
ଧୋଉଛି ଲାବଣ୍ୟ ମୁଖ ସଖୀ ଅଶ୍ରୁବାରି
ଧଇର୍ଯ୍ୟ ହାରିଲା ବାରେ ରଖ ତୋର ନାରୀ ।।୧୯।
ନ ସହୁ ଯେ ବଦନ ବିଚ୍ଛେଦ ସୁପାତିରେ
ନ ଛାଡ଼ୁ ଯେ ପ୍ରୀତି ବାଣୀ ବସିଲେ କତିରେ ।
ନ ପିଛାଡ଼ୁ ନୟନ ସେ ବଚ୍ଛେଦକୁ ଡରୁ
ନିଦ୍ରା ଯାଇଥିଲେ ଯେ ଅଧର ପାନ କରୁ ।।୨୦।
ପୂର୍ବର ପୀରତି ଯେ ଯେମନ୍ତେ ତା’ର ତୋର
ପଙ୍କଜ ଫୁଲ ଦେଖି ଯେମନ୍ତେ ଦିବାକର ।