ପୃଷ୍ଠା:Prachina Odia Kabita.pdf/୧୯୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାବ୍ଦୀ
୧୯୧
 

ପୁରୁଷରତନ ତୁମ୍ଭେ ନ କରାଅ ଭିନ୍ନ
ପୟରେ ଲାଗି ମାଗଇ ଦୋଷ ତା' ନ ଘେନ ।।୨୧।
ଫାଇ କଥା କହି ନ ପାରଇ ସଖୀ ମୋର
ଫିଟିଲା କବରୀ ବାନ୍ଧି ନ ପାରଇ କର ।
ଫେଡ଼ି ନ ଚାହଁଇ ଆଉ ମନମଥ ଡରେ
ଫଣିଧର ପ୍ରାୟେ ମଣେ ମନୁମନ ଶରେ ।।୨୨।
ବିଷାଦ ହୋଇଣ ପେଷି ଅଛି ମୋତେ ସଖୀ
ବିବାଦ ଛାଡ଼ି ସୁମନେ ବାରେ ଆସ ଦେଖି ।
ବହଇ ଖର ନିଶ୍ୱାସ ଖରତର ହୋଇ
ବାତୁଳ ହୋଇଣ ସଖୀ ଅବନୀରେ ଶୋଇ ।।୨୩।
ଭୟ ନ କରଇ ସଖୀ ମନମଥ କୋପେ
ଭଗବାନ ବିନୁ ଆର ନ ଜାଣଇ ତପେ |
ଭୂମିରେଣ ଶୋଇଥିବ ମୋର ଯିବା ପାଇଁ
ଭାଙ୍ଗନା ମୋହର ବୋଲ ବାରେ ଯିବା ତହିଁ ।।୨୪।
ମଧୁର ଅଧର ଶୁଖି ଦିଶିଲା ନୀରସ
ମୁରୁଛିଲା ମନ୍ଦୋଦରୀ ମନ୍ଦ ମନ୍ଦ ହାସ ।
ମନର ଠାକୁର ନାଥ ତୁମ୍ଭେ କି ନ ଜାଣ
ମୋହଗଲା ପ୍ରାଣୀକି ଖଡ଼ଗେ କେତେ ହାଣ ।।୨୫।
ଯେ ଯାହାର ଅଭିମାନ ତା'ର ତହିଁ ସରେ
ଜାଣୁ କି ନ ଜାଣୁ ତାହାକୁଇ ସେହି କରେ ।
ଯୁବା ଜନ ନିଧି ଲକ୍ଷ ଯୋଗେ ଯେହୁ ପାଇ
ଜାଣୁ ଜୀବନ ସେ କେତେକ ହରାଇ ||୨୬|
ରୋଷକରି ରୁଷି ବସି ଥାଇ ମୋର ସଖୀ
ରଖି ନ ପାରଇ ମାନ ତୋର ମୁଖ ଦେଖି ।
ରଙ୍ଗ କରିଥାଇ ଯେତେ ଆଲିଙ୍ଗନ ମାନ
ରତି ପତି ସହିତେ ଦିଆଇ ତୋତେ ଦାନ ।।୨୭।
ଲହୁଲୀ ଯୌବନ କାଳେ ମନର ନାୟକ
ଲାଖ କରି ବିନ୍ଧୁଅଛି କୁସୁମ-ଶାୟକ ।