ପୃଷ୍ଠା:Prachina Odia Kabita.pdf/୨୦୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୯୪
ପ୍ରାଚୀନ ଓଡ଼ିଆ କବିତା
 

କୃଷ୍ଣ ଯାହାକୁ ବରପଣେ ଆସି
କଉଁ ବିହି ତାହା ଭାଙ୍ଗିଲା ବସି ।
ଏବେ କିମ୍ପାଇ ଦୁଷ୍ଟ ଭାଇ ମୋର
ବାହୁଡ଼ି ନ କଲାକ ସ୍ୱୟମ୍ବର
ଆସନ୍ତେ ମୁରାରି ।
ରାଜାଙ୍କ ମଧ୍ୟୁ ଘେନିଯାନ୍ତେ ହରି । ।୩୦।
ଏହା ଜାଣି ପାପୀ ଦୁଷ୍ଟ ରୁକ୍ମଣ
ଶିଶୁପାଳକୁ ସେ କଲା ବରଣ ।
ଛାର ଶିଶୁପାଳ ହସ୍ତ ଧରିବି
ନିଶ୍ଚୟେ ଅଗ୍ନିକୁ ଡେଇଁ ମରିବି ।
ଦେଖିବ ସଭିଏଁ ।
ଜୀଇଁ ନ ଥିବି ବିଭାବେଳ ଯାଏଁ ।
ସତ୍ୟ କରି କହୁଛି ତୁମ୍ଭ ଆଗେ
କୃଷ୍ଣ ବିନୁଁ ମନ ଆନେ ନ ଭାବେ ।
ଯଉଁକ୍ଷଣି ତାଙ୍କୁ ଦେଖିଲି ମୁହିଁ
ପ୍ରାଣବଲ୍ଲଭ କରି ବରିଲଇଁ । ।୪୦।
ଚନ୍ଦ୍ର ସୂର୍ଯ୍ୟ ଯେବେ ଅଟନ୍ତି ସତ ।
ବିକଚ ପଦ୍ମ ନୟନ ଶ୍ରୀମୁଖ
ମନେ ପଡ଼ିଲେ ଯାଇ ସର୍ବଦୁଃଖ ।
ଅଙ୍ଗ ଶୋଭାବନ କି ଜଳଧର
ପୀତ ବସନ ଶଙ୍ଖ ଚକ୍ର କର ।
ଗଳେ ବନମାଳ ।
ଦେଖିଲଟିକି ହୃଦୟ ବୃଷାଳ ।
କର୍ଣ୍ଣେ କୁଣ୍ଡଳ ଜଗୁଜନ ମୋହେ
ଶ୍ରୀବତ୍ସ-ଚିହ୍ନ କଉସ୍ତୁଭ ଶୋହେ । ।୫୦।
ଶିରେ ମୁକୁଟ ଅତି ବିଚକ୍ଷଣ
ବାହେ ବାହୁଟୀ ମୁଦ୍ରିକା କଙ୍କଣ ।