ପୃଷ୍ଠା:Prachina Odia Kabita.pdf/୨୦୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାଦ୍ଦୀ
୧୯୭
 

ରୁକ୍ମିଣୀ ବାଣୀ ବିମଳା ଶୁଣିଣ
କିମ୍ପା ଗୋ ମନଭଙ୍ଗ କରୁ ପୁଣ ।।୧୧୦।
କୃଷ୍ଣ ମହିମା ଗୋ ଶୁଣ ସଙ୍ଗାତ
ଆରତଠାରେ ହୋନ୍ତି ପକ୍ଷପାତ
କୁମ୍ଭୀରକୁ ମାରି ।
ଗଜରାଜକୁ ସେ ଦେଲେ ଉଦ୍ଧାରି ।
ନାମ ଯାହାର ଦୁଃଖ-ବିନାଶନ
ଆରତଜନ ଆତର-ଭଞ୍ଜନ ।
ଦୟାସାଗର ଦୁଖୀଜନ ବନ୍ଧୁ
ଭଗତ ଜନ ପ୍ରିୟ ସୁଖସିନ୍ଧୁ ।
ସେ ଭାବକୁ ବଶ ।
ଭାବକୁ ନିକଟ ହୋନ୍ତି ପ୍ରକାଶ ।।୧୨୦।
ବିଳମ୍ବ ନକର ରାଜକୁମାରୀ
ଲେଖ ପତ୍ରିକା ଗୁଣ ଅନୁସରି ।
କରେ ଧରିଣ ସେ ଲେଖନ ପତ୍ର
ପ୍ରଥମେ ଲେଖ କୋଟି ଦଣ୍ଡବତ ।
ଲେଖିଲେକ ପୁଣ ।
ଶରଣ ପଶିଲି ତୁମ୍ଭ ଚରଣ ।
ଯେଉଁ ଦିନୁ ତୁମ୍ଭ ଶୁଣିଲି ଗୁଣ
ମନରୁ ଦୁଖ ଗଲା ତତକ୍ଷଣ ।
ଯେଉ ପ୍ରାଣୀଙ୍କର ଅଛି ଲୋଚନ
ତହିଁର ଲାଭ ତୁମ୍ଭ ଦରଶନ । ।୧୩୦।
ଲଜ୍ଜା ଛାଡ଼ିଲଇଁ ।
ମନ ବଳିଲା ମୋର ତୁମ୍ଭ ତହିଁ ।
ମହତ ଲୋକ ଦୟାଶୀଳ ଗୁଣ
ତୁମ୍ଭ ସମାନ କାହିଁଅଛି ପୁଣ ।
ନିଶ୍ଚୟେ ତୁମ୍ଭଙ୍କୁ ବରିଲି ବର
ଯେ ଯିସ ବୋଲୁ ବିଚାର ନକର ।