ପୃଷ୍ଠା:Prachina Odia Kabita.pdf/୨୦୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୯୮
ପ୍ରାଚୀନ ଓଡ଼ିଆ କବିତା
 

ଆତ୍ମ ସମର୍ପଣ ।
ନିଶ୍ଚୟ କଲି ମୁଁ ତୁମ୍ଭ ଚରଣ ।
ତୁମ୍ଭର ପାଇଁ ଏ ଦେହ ମୋହୋର
ଧରିଅଛି, ତୁମ୍ଭେ ବିବେକବର ।।୧୪୦।
ଶିଶୁପାଳ ମୋତେ ଛୁଇଁବ ନାହିଁ
ବୀରଭାଗର ମୁଁ ଅଟେ ଗୋସାଇଁ ।
ଜିଣି କଣ୍ଠୀରବ ।
ଭାଗ କେମନ୍ତେ ଶୃଗାଳ ଖାଇବ ।
ଦେବତା ପୂଜା ବ୍ରତ ଉପବାସ
ଯେବେ ମୁଁ କରିଥୁବ ପୀତବାସ ।
ଯାବତ ଯଜ୍ଞ ବ୍ରତ କରିଥିବି
ତେବେ ମୁଁ ତବ ଶ୍ରୀହସ୍ତ ଧରିବି ।
ହୁଅ ପରସନ ।
ଦୁତ ବରଗିଲ, ଦୋଷ ନ ଦେଘନ ।।୧୫୦।
ଯେଉଁ ଚରଣ-ରେଣୁ ପଶୁପତି
ବାଞ୍ଛା କରିଣ ନ ପାଇ ଅଛନ୍ତି ।
ପଦ୍ମଲେଚନ ଋହିଁ କରି ଆଶ
ଯେବେଣ ଭୁମେୟ କରିବା ନିରାଶ ।
ବ୍ରତ କରୁଥିବି ।
ଶଏ ଜନ୍ମରେ ଭୁମ୍ଭଙ୍କୁ ପାଇବି ।
ଭୋ, ଦେବ ଆଉ ବିଚାର ନ କର
ଆମ୍ଭ ଘରେ ଅଛି କୁଳବେଭାର ।
ବିଭା ସମୟ ଗ୍ରାମ ଦେବତାଇ
ପୂଜା କରିବାକୁ କନିଆ ଯାଇ ।।୧୬୦।
ସେହିଠାବେ ଥିବ ।
ରଥେ ବସାଇ ମୋତେ ଘେନିଯିବ ।
ଶିଶୁପାଳ ଜାଲ ମୁହଁ ହରିଣୀ
ଫେଡ଼ି ଦେବାକୁ ପ୍ରଭୁ ଚକ୍ରପାଣି ।