ପୃଷ୍ଠା:Prachina Odia Kabita.pdf/୨୦୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାବ୍ଦୀ
୧୯୯
 

ମଧ୍ୟରେ ଆଉ ଦିନେ ଅଛି ବିହା
ଏଥକୁ ଆଉ ଆନ ନାହିଁ ସାହା .
କି ଲେଖିବି ସ୍ୱାମି ।
ତୁମ୍ଭେ କି ନଜାଣ ଅନ୍ତରଯାମୀ ।
ଲେଖ ଲିହିଲା କସ୍ତୁରି ପଙ୍କେଣ
ମୁଦିଣ ଦେଲା ବ୍ରାହ୍ମଣ ହସ୍ତେଣ । ।୧୭୦।
ସୁବର୍ଣ୍ଣ ଘଟେ ପୂରୋଇଲା ନୀର
ଚଳ ବ୍ରାହ୍ମଣ କାର୍ଯ୍ୟ ସିଦ୍ଧ କର ।
ପଥେ ବିଘ୍ନମାନ ।
ସକଳ ଖଣ୍ଡିବେ ମଧୁସୂଦନ ।
ନଗରୁ ବିପ୍ର ସେ ବାହାର ହୋଇ
ଖଣ୍ଡିଏ ଦୂର ଯାଇ ବିଚାରଇ ।
ସିଦ୍ଧ ହୋଇବ ମୋ ସକଳ କାର୍ଯ୍ୟ
ଲୋଚନେ ଦେଖିବଇଁ ଦେବରାଜ ।
ରୁକ୍ମଣୀ ପ୍ରସାଦେ ।
ହରିଙ୍କି ଭେଟିବଇଁ ଅପ୍ରମାଦେ । ।୧୮୦।
ଯେଉଁ ଚରଣ ବ୍ରହ୍ମ ମୁନି ଗଣ
ଚିନ୍ତା କରିଣଛନ୍ତି ଅନୁକ୍ଷଣ ।
ସେହୁ ଚରଣ ମୁଁ ଦେଖିବି ଯାଇ
କଉଁ ତପସ୍ୟା କରିଅଛି ମୁହିଁ ।
ଧନ୍ୟ ପିତାମାତ ।
ଧନ୍ୟ କ୍ଷଣେ ମୁହିଁ ହେ ଇଲି ଜାତ ।
ଯାହାର ବକ୍ଷଦେଶେ ଥାଇ ଲକ୍ଷ୍ମୀ
ପାଦରଜକୁ ଧ୍ୟାୟେ କରିଛନ୍ତି ।
ଆଜ ହିଁ ଲକ୍ଷ୍ମା ପାଇନାହିଁ ଯାହା
କଉଁ ଭାଗ୍ୟେ ମୁହିଁ ଦେଖିବି ତାହା । ।୧୯୦।
ସେ ଆନନ୍ଦ ହୋଇ ।
ପଛେ ଚଳଇ ହରିଗୁଣ ଗାଇ ।