ପୃଷ୍ଠା:Prachina Odia Kabita.pdf/୨୦୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୦୦
ପ୍ରାଚୀନ ଓଡ଼ିଆ କବିତା
 

ଦ୍ୱିଜବର ଯାଇଁ ଦ୍ୱାରକା ପାଇ
ବିଷ୍ଣୁର ମନ୍ଦିରେ ମିଳିଲା ଯାଇ ।
ବିପ୍ରକୁ ଦେଖି ପ୍ରଭୁ ଭଗବାନ
ରତ୍ନ ପଲଙ୍କୁ ଉଠିଲେ ବହନ ।
ବସାଇଲେ ନେଇ ।
ରତ୍ନ ଝରୀରେ ବିପ୍ରପାଦ ଧୋଇ ।
ବ୍ରାହ୍ମଣ ଲେଖ ଦେଲା ନେଇ ହାଥ
ଫେଡ଼ି ପଢ଼ିଲେ ଯଦୁକୁଳନାଥ ।।୨୦୦।
ପଢ଼ି ବ୍ରାହ୍ମଣ ମୁଖକୁ ଚାହିଁଲେ
ଆଉ କିସ କଥା ଅଛି ବୋଇଲେ ।
କହଇ ବ୍ରାହ୍ମଣ ।
ଏଥକୁ ଯିସ ଯାହା ତୁମ୍ଭେ ଜାଣ ।
ବୋଲନ୍ତି ପ୍ରଭୁ ଦେବ ଦାମୋଦର
ରୁକ୍ମିଣୀ ମନଠାଇଁ ଆମ୍ଭଠାର ।
ଆମ୍ଭର ଚିତ୍ତ ଥାଇ ତାହା ତହିଁ
ନିଦ୍ରାହିଁ କେମନ୍ତ ଜାଣିଲା ନାହିଁ ।
ଆଣିବୁ ରୁକ୍ମିଣୀ ।
ସେହି ସେ ଆମ୍ଭର ପ୍ରାଣମିତଣୀ ।।୨୧୦।
ଏତକ କହି ତୁନି ହୋଇ ହରି
ଷଡ଼ରସେ ବିପ୍ରେ ଭୋଜନ କରି ।
ରତ୍ନ ପଲଙ୍କେ ଶୁଆଇଲେ ନେଇ
ହେନ ପ୍ରକାରେ ରାତ୍ର ଗଲା ପାହି ।
ଉଦବେଗ ମନ ।
ଦୀନ କାର୍ତ୍ତିକ ଭଜେ ଭଗବାନ ।
X X X
(ରାଗ-ବରାଡ଼ି, କଳସା ବାଣୀ)
ଏଥୁ ଅନନ୍ତରେ ସପତମ ଛାନ୍ଦ ଗୀତ
ବିଭାଘରେ ଆନନ୍ଦ ଉତ୍ସବ ନୃତ୍ୟ ଗୀତ ।