ଅନେକ ନୃପତି ରୁଣ୍ଡ, ବାଦ୍ୟମାନ ବାଜେ
ରଥୀ ହାଥୀ ରାଉତ ମାହୁନ୍ତ ବଳ ସାଜେ ।।୨୨୦।
ରତ୍ନ କଞ୍ଚୁକିତ ପାଟର ଯେ ଶାଢ଼ୀ ଘର
ନାମ ଗିରି ଟେରା ଟେକି କଲେକ ଉହାଡ ।
ଚନ୍ଦ୍ରାତପ ଚଉପାଶ ଚାମର ମଣ୍ଡିଲେ
ଅନେକ ଆଚ୍ଛାଦି ଛାମୁଣ୍ଡିଆ କରାଇଲେ ।
ସୁବର୍ଣ୍ଣେ ଗଢ଼ିଲେ ବେଦୀ ସ୍ଫଟିକ ପାବଚ୍ଛ
ଚାରିକୋଣେ ନେଇଣ ଥୋଇଲେ ଦଧି ମାଛ ।
ସୁବର୍ଣ୍ଣ କୁମ୍ଭ ଉପରେ ଚୂତପତ୍ର ଡାଳ
ତଥି ଉପରେ ଥୋଇଲେ ନେଇ ନଟୀକାଳ ।
ରତ୍ନ ସିଂହାସନ ତଥି ଠାବେଣ ଠାବେଣ
ବସିଲେକ ଅନେକ ଆସିଣ ନୃପରାଣ ।।୨୩୦।
ଶିଶୁପାଳ ବରବେଶ ହୋଇକରି ଆସେ
ଶଏ ଯୋଡ଼ା ବୀର ଢ଼ୋଲ ବାଜୁଅଛି ପାଶେ
ଦୁଇପାଣେ ଅଛଇ ସହସ୍ର ପାଟଛତ୍ର
ବରପଣେ ଆସୁଅଛି ଦମଘୋଷ-ସୁତ ।
ଜରାସନ୍ଧ ବୋଇଲା ରୁକ୍ମଣ ମୁଖ ଚାହିଁ
ଘେନି ଆସ ବରକୁ ପାଛୋଟି ବେଗ ହୋଇ ।
ଗଲାକ ରୁକ୍ମଣ ସଙ୍ଗେ ଘେନି ନିଜ ବଳ
ବାଟୁ ବରି ଘେନିଣ ଅଇଲା ଶିଶୁପାଳ ।
ବସିଲାକ ଶିଶୁପାଳ ସଭାର ମଧ୍ୟେଣ
ଦେଖିଣ ହରଷ ହୋନ୍ତି ଦୁଷ୍ଟ ରାଜାଗଣ ।।୨୪୦।
ଜଉତିଷ ଜଣାଇ ଶୁଣିମା ମହୀପାଳ
ଆସିଣ ହୋଇଲ ବିଭ ବରଣର ବେଳ ।
ବେଦୀର ଉପରେ ଯାଇ ବିଜେ କରୁ ବର
ହୋଇବ ଗନ୍ଧାଧିବାସ ବିଳମ୍ବ ନ କର ।
ଜରାସନ୍ଧ କହଇ ଭିଷ୍ମକ ହକରାଇ
ହୋଇଲାକ ବେଳ ହେ ବରଣ କର ଯାଇ ।
ପୃଷ୍ଠା:Prachina Odia Kabita.pdf/୨୦୯
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାଦ୍ଦୀ
୨୦୧