ପୃଷ୍ଠା:Prachina Odia Kabita.pdf/୨୧୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୦୪
ପ୍ରାଚୀନ ଓଡ଼ିଆ କବିତା
 

ରୁକ୍ମଣକୁ ବୋଇଲା କନ୍ୟା ଅର୍ଘ୍ୟସ୍ଥାନେ ଯିବ
ରଥୀ ହାହୀ ଶତ ଶତ ତା'ର ସଙ୍ଗେ ଥିବ ।
ଭବାନୀଙ୍କ ଦର୍ଶନ କରାଇ ବେଗେ ଆଣ
ଦାସୀକି ରାଇଣ ଆଜ୍ଞା ଦେଲେକ ରୁକ୍ମଣ ।
ତ‌ତକ୍ଷଣ ନିଜ ପରିବାରୀମାନେ ଗଲେ
ରୁକ୍ମିଣୀକି ଗନ୍ଧଜଳେ ସ୍ନାନ କରାଇଲେ ।
ପିନ୍ଧାଇଲେ ଅପୂର୍ବ ପତନୀ ଝୀନବାସ
ମଲ୍ଲିକା କୁସୁମେ ଭରି ସଜାଡ଼ିଲେ କେଶ । ।୩୧୦।
କପାଳେ ତିଳକ ଅଙ୍ଗେ ଚନ୍ଦନ ଲେପିଣ
ମୁକୁତା ସୀମନ୍ଥି ହେମ ତାଟଙ୍କ ଭୂଷଣ ।
ସୁବେଶ କରାଇ ଦାସୀ ପହଣ୍ଡ ମଣାଇ
ହାନ୍ଦୋଳା ଉପରେ ବିଜେ କରାଇଲେ ନେଇ ।
ପାଟଛତ୍ର ବିମଳ ଆଲମ୍ବ ଫରହର
ଦୁଇପାଶେ ସୁନାବେଣ୍ଟ ସହସ୍ର ଚାମର ।
ମୃଦୁସୁଲୀମାନେ ସଙ୍ଗେ ଅଛନ୍ତି ଗୋଡ଼ାଇ
ଧୂପ ଦୀପ ଗନ୍ଧ ପୁଷ୍ଣ ନଇବିଦ୍ୟ ବହି ।
ଅକ୍ଷର ତାମ୍ବୁଳ ଦୀପ ବସାଇଣ ଥାଳୀ
ଗାବନ୍ତି ମଙ୍ଗଳ ଗୀତ ଦେଇ ହୁଳହୁଳି । ।୩୨୦।
ଦାଣ୍ଡ ପହଁରାଇଣ ଚନ୍ଦନ ଛେଡ଼ା ଦେଇ
ରୁକ୍ମିଣୀ ଚଳିବା ପଛେ ପୁଷ୍ପ ବରଷଇ ।
ଡାକୁଛନ୍ତ ପରିବାରୀ ମଣିମା ଗୋ ମାୟେ
ଭଗବତୀ ମନ୍ଦିର ଦ୍ୱାରେଣ ଯାଇ ହୋୟେ ।
ଅମ୍ବିକାପୁରକୁ ଯହୁଁ ଗଲେକ ରୁକ୍ମିଣୀ
ନନ୍ଦିଘୋଷ ବାହିଲେ ଗୋବିନ୍ଦ ତାହା ଶୁଣି ।
ଶଏ ପୁର ହୋଇଣ ପଡ଼ିଛି ପଟୁଆର
ତହିଁ ଯାଇ ବିଜୟେ କଲେକ ଚକ୍ରଧର ।
ହାନ୍ଦୋଳା ଉପରୁ ଓହ୍ଲାଇଲେ ଜେମାଦେଈ
ରତ୍ନମୟ କଠାଉ ଚରଣେ ଆଣି ଦେଇ । ।୩୩୦।