ପୃଷ୍ଠା:Prachina Odia Kabita.pdf/୨୨୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୧୨
ପ୍ରାଚୀନ ଓଡ଼ିଆ କବିତା
 

ୟେତେ କହି ଚାରି ଗୋଈ ରଥ ସନିଧେ ମିଳଇ,
ଚିହ୍ନିଲେ ଉଧବ ବସିଅଛି ରଥରେ ।
ପ୍ରସନ ତା ମୁଖ ଦେଖି ହରଷ ହୋଇ ସୁମୁଖୀ,
ବିଚାରିଲେ ସୁଖଫଳ କାଳ ହୋଇଲେ ।
କିକ୍ଷୁ ଦୂର ପାଛୋଟି ଗଲେ,
ରଥରୁ ଓଲାଇ ଉଧବ ଅଇଲେ । । ୫ ।
ପୁଲକ ସର୍ବ ହୃଦରେ ପୂରି ଉକ୍ଷୁଳିଲା ଧୀରେ,
ନୟନୁ ଗଳି ଉରଜ ବାସ ତିନ୍ତିଲେ ।
ଉଧବ ଚାହିଁ ସେମତି ଦେଖି ଗ୍ୟାନ ନାହିଁ ସ୍ଥିତି,
ଭୂମିରେ ପଡ଼ନ୍ତେ ଧାଇଁ ଗୋଈ ଧଇଲେ ।
କେ କହିବ ଗୋପୀଙ୍କ ସୁଖ,
କହି ନ ପାରିବ ତାହା ଚତୁରମୁଖ । । ୬ ।
ଉଧବକୁ ଘେନି ଗୋଈ ସଧୀର ସଧୀର ହୋଇ,
ପବିତ୍ର ୟେକାନ୍ତ ଠାବେ ଯାଇ ବସିଲେ ।
ହେମମଣି ମୋଣ୍ଡୋଳିରେ ନୀଳମଣି କି ମଧ୍ୟରେ,
ଉଧବ ଗୋପୀ ମୋଣ୍ଡୋଳି ତେହ୍ନେ ଦିଶିଲେ ।
ୟେକ ଗୋପୀ ଉକ୍ଷୁକ ହୋଇ,
ବାରତା ପୁଛ ବୋଲି ସଖୀ କହଇ । । ୭ ।
ପୁଛଇ ଯେ ଗୋପବାଳୀ ପ୍ରେମ‌ଭରେ ଢଳିଢଳି,
ଗଦଗଦ ସ୍ୱରେ ତା ବଚନ ଭଳଇ ।
ସେ ଜଗୁ ଜୀବନ ଦେହ କୁଶଳ ବାରତା କହ,
ଶର୍ବଣ ପୁଟକୁ ସେ ପୀୟୁଷ ବଳଇ ।
ହେ ଉଧବ ଧନ୍ୟ ତୁମ୍ଭର,
ତୁମ୍ଭର ବଚନ ସୁଖନିଧି ଆମ୍ଭର । ।୮।
ଉଧବ ୟେ ବାଣୀ ଶୁଣି କୃଷ୍ଣ କଥା ମନେ ଗୁଣି,
ପୁଲକ ହୋଇଲା ତା ସକଳ ଶରୀର ।
କହେ ଦରହାସ ବାଣୀ ଆଗ୍ୟାଂ ଦେଲେ କମ୍ବୁପାଣି,
ଗୋପୀ ସମସ୍ତ ଆସନ୍ତୁ ଦ୍ୱାରକାପୁର ।