ପୃଷ୍ଠା:Prachina Odia Kabita.pdf/୨୨୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାବ୍ଦୀ
୨୧୩
 

ସେ ଆମ୍ଭର ଯେ ଧନ ପ୍ରୀତି,
ସେହି ସେ ଜାଣନ୍ତି ଆମ୍ଭ ହୃଦୟରୀତି । ।୯।
ତାହାଙ୍କର ଭାବ ଧନ ଦେଇ ନେଲେ ଆମ୍ଭ ମନ,
ତାହାଙ୍କର ଭାବରୁ ଆନ ନ ଭାବଇ ଭାବ ।
ସେହି ଆମ୍ଭ ବିନୁ ଆନ- ନ ଭାବନ୍ତି ନିଶି ଦିନ,
ସନ୍ଦେଶ କହି ଢାଙ୍କୁ ଘେନି ଆସିବ ।
ଯାଅ ବେଗେ ଆସ ତୁରିତ,
ଚାହୁଁଥିବୁ ଆମ୍ଭେ ଯିବା ଆସିବା ପଥ । ।୧୦।
ୟେମନ୍ତ ଶୁଣିଣ ବାଳୀ ହରଷ ସର୍ବ ଗୋଆଳୀ,
କେ ବୋଲେ ପଚାଂଶ କୋଶ କେମନ୍ତ ଯିବା ।
କେ ବୋଲେ ଯେ ଯିବ ଯାଉ, କେ ବୋଲେ ଯେ ଥିବ ଥାଉ,
କେ ବୋଲେ ନ ଯାଇ କେମନ୍ତେ ରହିବା ?
ଯିବାର ସମୟ ହେଜିଲେ,
ଯିବା ଯିବା ବୋଲି ଯେ ଯାହାରେ ଉଠିଲେ । । ୧୧ ।
ଉଧବ ବୋଲଇ ବାଣୀ ଶୁଣ ଗୋ ସାଧୁ ତରୁଣି,
ପୁଷ୍ୟ ବୀବାନ ମାତଳି ଘେନି ଆସିବ ।
ସମସ୍ତେ ତହିଂ ବସିବ ପଥ ସର୍ମ ନ ପାଇବ,
ଦ୍ୱାରକା ଭୂବନେ ଗୋ ତୁରିତେ ମିଳିବ ।
ୟେହା ଶୁଣି ଚାହିଁଲେ ଗୋଈ,
ଆକାଶୁ ପୁଷ୍ୟବୀବାନ ଖସି ଆସଇ । । ୧୨ ।
ବୀବାନ ଆକାଶୁ ଖସି ଗୋପୀଙ୍କ ସନ୍ନଧେ ଆସି,
ବୀବାନ ମିଳିବା ଦେଖି ଗୋପୀ ଚକିତ ।
ବୋଲନ୍ତି ୟେ ଦେବଯାନ ଆମ୍ଭେ କ ବସି ଭାର୍ଜନ,
ସହଜେ ଗୁଆଳୀ ଲୋକ ଜାଣ ଉଚିତ ।
ୟେହା ଶୁଣି ଉଧବ ବୋଲେ,
ପ୍ରଭୁ ଆଗ୍ୟା° ଦେବେ କି ଭାଜନ ନୋହିଲେ । । ୧୩ ।