ପୃଷ୍ଠା:Prachina Odia Kabita.pdf/୨୨୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୧୪
ପ୍ରାଚୀନ ଓଡ଼ିଆ କବିତା
 

(୨)
ନଟବର ବେଶ କରାଇ ଗୋପୀୟେ
କୃଷ୍ଣଙ୍କୁ ବୋଲନ୍ତ ହସି ।
ନୀପତରୁ ମୂଳେ ବିଜେ କରି ୟେବେ
ବଜାଅ ବିରହ ବଂଶୀ, ପ୍ରଭୁ ହେ । ।୧।
ବୋଲନ୍ତି ମୁରାରି ଶୁଣ ଗୋପନାରି
ତୁମ୍ଭର ଆସିବା ପାଇଂ
ତୁମ୍ଭେ ଯେବେ ଆମ୍ଭ ସନ୍ନିଧେ ଅଛ ଗୋ
ଆଉ କି ବେଣୁ ବଜାଇ, ସଖି ଗୋ । ।୨।
ୟେସନ ସମୟେ ପ୍ରଭୁ ସୁଧାକର
ଗଗନେ ଉଦୟ ହୋଏ
ମଳୟ ସମୀର ଘେନି ମନସିଜ
ସଧୀରେ ସଧୀରେ ଚଳାୟେ, ପ୍ରଭୁ ହେ । ।୩।
ପିକ ମଧୁକର ରାବ ନିରନ୍ତର
କୁସୁମ ପରାଗ ଝରେ
ରାସ ବିନୋଦ କରନ୍ତି ଭାବଗ୍ରାହୀ
ୟେମନ୍ତ ଉପବନରେ, ପ୍ରଭୁ ହେ । । ୪ ।
ଋକ୍ମିଣୀ ରାଧିକା ସତ୍ୟବତୀ ସକଳ
ଯୁବତୀ ହୋଇ ମୋଣ୍ଡୋଳୀ
କେ ମୁଦୁଂଗ ବୀଣା ତାଳ ଧରେ କେବା
କେବା ମାରେ କରତାଳି, ସୁଜନେ ହେ । । ୫ ।
ସୁସ୍ୱରେ ଗୀତ ଗାବନ୍ତି ୟେକେ ୟେକେ
ଭିନ ଭିନେ ପ୍ରତି କରି
ଚାହିଂବା ଚାଲିବା ହସିବା ଭାଷିବା
ଭାବେ କୃଷ୍ଣ ମନୋହାରୀ, ସୁଜନେ ହେ । । ୭ ।