ପୃଷ୍ଠା:Prachina Odia Kabita.pdf/୨୨୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାବ୍ଦୀ
୨୧୫
 

ମଧୁସୂଦନ ଭଲା ମାୟା ରଂଚିଲେ
ମଧ୍ୟରେ ଥାଇ ମୋଣ୍ତୋଳୀ
ଯେତେ ବରନାରୀ ତେତିକି ମୂରତୀ
ହୋଇଛନ୍ତି ବନମାଳୀ, ସୁଜନେ ହେ । ।୭।
ସମସ୍ତେ ମଣନ୍ତି ୟେକା ଶୀରିପତି
ମୋ ତୁଲେ କରନ୍ତି କେଳି
କେହି ନ ଜାଣନ୍ତି ଅନନ୍ତ ମୂରତି
ହୋଇଛନ୍ତି ବନମାଳୀ, ସୁଜନେ ହେ । ।୮।
ଷୋଳସ‌ସ୍ର ଗୋପୀ ଷୋଳସଏ ନାରୀ
ଅଷ୍ଟପାଟ ମହାଦେବୀ
ୟେକେ ୟେକେ ରୂପ ଧରି ଭାବଗ୍ରାହୀ
ଯେ ଯାହାର ଭାବେ ଭାବି, ସୁଜନେ ହେ । ।୯।
କୃଷ୍ଣ ଯୁବତୀ ମେଣ୍ତୋଳୀ କି କ‌ହିବା
ଯେ ଯେଡ଼େ ତେଡ଼େ ସେ ଦିଶେ ।
ନ‌ଛତ୍ର ଗଣ ମଧ୍ୟେ ଯେହ୍ନେ ଚନ୍ଦ୍ରମା
ଗ‌ଗନେ ଶୋଭା ପ୍ରକାଶେ, ସୁଜନେ ହେ । ।୧୦।
ବିଚିତ୍ର ଗତି କରନ୍ତି ନାନା ପ୍ରୀତି
କରତାଳି ମାରୁଥାନ୍ତି
ୟେକେ ୟେକେ ଅଙ୍ଗେ ଅଙ୍ଗରେ ସମ୍ଭୋଗ
ମୁଖେ ଚୁମ୍ବନ ଦିଅନ୍ତି, ସୁଜନେ ହେ । ।୧୧।
ବ୍ରହ୍ମା ଶଙ୍କର ସୁରଗଣ ସକଳ
ଗ‌ଗନ ମଧ୍ୟରେ ରହି
ଜୟ ଜୟ ଧୂନି ତୁସ୍ତି କରି ସେହୁ
ପୁଣ୍ୟ ବରଷନ୍ତି ତ‌ହିଂ, ସୁଜନେ ହେ । ।୧୨।
କେଉଂ ଯୁବତୀ ନିଶ୍ୱାସ ଖରତର
ଅବଶେ ବସେ ମହୀରେ
କେଉଂ ଯୁବତୀ କାଚୁଂଲୀ ବିଂଚି ଛଟକେ
କେଶ ବାସ କେହୁ ଧରେ, ସୁଜନେ ହେ । ।୧୩।