ପୃଷ୍ଠା:Prachina Odia Kabita.pdf/୨୨୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୧୮
ପ୍ରାଚୀନ ଓଡ଼ିଆ କବିତା
 

ଆଭୋଗ – ନାନାବିଧ ବିନୋଦ ବିରଚିତ ବାସର ପ୍ରତିଗାମିନୀ
ଅବିରତ ସୁରାସୁର କିନ୍ନର ନରଗଣ ଅବଲୋକନ ।୩୦।
ଧନ୍ୟ ଧାରଣ ରାମଚନ୍ଦ୍ର ଦେବ
ନୀଳଗିରି ପତି ଚରଣ କମଳେ ଶରଣୁଆ
ଚତୁରବର୍ଗଦାୟକ ଶ୍ରୀନୀଳକନ୍ଦରା
ସାତକଳା ମଠା- ଥୈତା ତ୍ତାଥୈ ଦିକ୍ ତାକ୍‌ତେ ତେଥୈ
ତ‌ଥୋ ଦିଗ୍ ଦିଗ୍ ତାତ୍ତା ତାତ୍ତା ତା ତା ତା
ଦ୍ୱାଦଶ ବିନୋଦ ଶ୍ରେଷ୍ଠ ମହୋତ୍ସବ ଗୁଣ୍ଡିଚା ନାମେ ଯେ
ରଥ ଆରୂଢ଼ ଆଡ଼ପର ମଣ୍ଡପେ ଚତୁର୍ଦ୍ଧା ମୂରତୀ ବିଜେ
ତ୍ରିଭୂବନ ପୁରେ ଶଙ୍ଖ ଶବଦ ଧୂନି ସିନ୍ଧୁ ଉଛୁଳି ଚଳେ
ଚତୁରବର୍ଗ ଯୁର ଉତ୍ସବ ସସିଦ୍ଧି ବ୍ରହ୍ମକୀଟ
ସର୍ବ ସାଦର ଈକ୍ଷଣ ଅନୁକ୍ଷଣେ ସୁଧା ବରିଖେ । ।୪୦।
ଅବିରତ ବହେ ଧାରା ଅବଲୋକନେ
ସୁଖକାରୀ ତରେ ସୁଖ ମନ ଜିଣେ ବିଭୁ ଜାଣେଇଆ
ରାମଚନ୍ଦ୍ର ନୃପ ଭାବତିସୋ ସୁଖୟତେ
ଲୋଚନ ମନ ପ୍ରାଣେ ତ୍ରିଭୂବନ ପୁରେ
ଶଙ୍ଖ ଶବଦ ଧୂନି ସିନ୍ଧୁ ଉଛୁଳି ଚଳେ ।
ଦିଗ ଦିଗ୍ ଥେୟା ତାତ‌ତ୍ତା ଥୈ ଥୈ ଥୋ ଦିଗ୍ ଦିଗ୍
ତା ତ୍ତା ତା ତ୍ତା ତା ତ୍ତା ତାତ୍ତା
ପଞ୍ଚ ଦିନାନ୍ତରେ ପରମ ପଦ୍ମାପ୍ରୀତି ବିଚ୍ଛେଦ ଖେଦଭରେ ଧାବେ
ତୁରିତେ ଗୁଣ୍ଡିଚା ପୁର ସନ୍ନିଧେ ପାବେ
ପ୍ରଚୁର ଭୃତ୍ୟଗଣ ଦୋଷ ରୂପେ ଦଣ୍ଡ ଦଣ୍ଡାବେ ।୫୦।
ମତି ଚଞ୍ଚଳା ତଡ଼ତି ପ୍ରାଣମଣି ପୁରତେ ମିଳିଆବେ ।
ରଥ ଦକ୍ଷିଣାମୁଖ ଅବଧିକୃତ ହେର
ଉତ୍ସବାନନ୍ଦ କରୀବର ତବ ପାବେ
ପାଲଟି ନୀଳଗିରି ଶିଖରେ ପରବେଶେ
ଜଗଜ୍ଜନନୀ ମୁଖ ପୂର୍ଣ୍ଣଶଶୀ କିସେ