ପୃଷ୍ଠା:Prachina Odia Kabita.pdf/୨୨୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାଦ୍ଦୀ
୨୧୯
 

ଦେଖି ନୃପତି ମନ କୁମୁଦ ଉଲ୍ଲାସେ
କଳି କଳୁଷ ଦେଘାର ସନ୍ତାପ ନାଶେ

ତିଅଡ଼ା- ଦିଗ୍ ଦିଗ୍ ଥେୟା ତ୍ତାତ୍ତ ତଥୈ ଥୈ ଦିଗ୍ ଦିଗ୍ ତା ତ‌ତ୍ତା । ୬୦ ।

କମଳଣୀ ବମନ୍ନ ଜାଣି ଜାଣୁ ମଣ୍ଡନ ଶିରୋମଣି
ରଚିଲେ। ଗୁଣ୍ଡିଚ୍ଚା, ବେନି ବାହୁଡ଼ା ଭ୍ରମଣି
ଘନ ଘନ ବାଜିଲା
ଘନ ଘନ ମର୍ଦ୍ଦଳା
ନିଶାଣ ବୀରତୂର ଘଣ୍ଟ ରବାଗଣ ଘଟ୍ୱହାଣ ସ୍ଫୁରିଲା
ଦିଗ ଗ‌ଗନ ଶବଦ ସଚରାଚର ତେଆ
ଆ ଆ ଆ ଆ ଆ ଆ ।
ଘନ ଘନ ବାଜିଲା
ଦେବ ଦେବ ପହଣ୍ଡି ବିଜୟେ ଜୟେ
ସକଳ ସୁଖ ଉଦୟେ । ୭୦ ।
ଧୂନି ଶୁଣି ରାମଚନ୍ଦ୍ର ଦେବ ନୃପ ପୁଲକ ପୂରିଲା କାଏ
ଘନ ଘନ ବାଜିଲା |

ସରିମାନ-ସଂକର୍ଷଣ ସୁଦର୍ଶନ ସୁଭଦ୍ରା ଶ୍ରୀ ନାରାୟଣ

ରଥ ଯାନ ଚଢ଼ି ଉଭା ଅତୁଳିତ ଶୋଭା ପରକାଶ
ଧୀରେ ଧୀରେ ଧରଣୀ ଅଧିର
ନାଗ ନର ସୁରାସୁର ପେଖି ପୁଲକେ ତୁଆ
ସ ଥକିତ ଚରଣଗତି ଗଳିତ ନୟନ ନୀର
ଗମନ ହରିଣ ବତ ମଧୁର କଲେ ଏ କାରକେ ତୁଆ
ରାମଚନ୍ଦ୍ର, ନୃପବର ରଥପୃଷ୍ଠେ ଦେଇ ଶିର ଗମନ
ଏକତାଳି- ନବଦିନ ଯାତ୍ରା ଶେଷ ଶେଷେ ଜଗୁନ୍ନିବାସେ । । ୮୦।
ନିଳାଦ୍ରି ପ୍ରବେଶେ ରାମା ମନ ଉଲ୍ଲାସେ
ଆରେ ମାଇ ଦ୍ବାର ରନ୍ଧିଲେ ପରିବାରୀ ପରିହାସେ ଭାଷେ ।
ଗୁଣ୍ଡିଚ୍ଚା ବିନୋଦ ଦେବେ ପାଇଲେ ଆ
କି, ଆରେ ମାଇ ପୁରତେ ଚକ୍ରହସ୍ତ କଉତୁକେ ଧନ ବସ୍ତ୍ର ଦିଲେ