ପୃଷ୍ଠା:Prachina Odia Kabita.pdf/୨୨୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଦାମୋଦର ଦାସ
କହଇ ରାହୀ ସଖୀ ଦୂତିକାକୁ
କଦମ୍ବମୂଳେ ଦେଖିଲି କୃଷ୍ଣଙ୍କୁ
କଳାକଳେବର ରଙ୍ଗା ଅଧର
କପାଳେ କସ୍ତୁରୀ ଚିତା ସୁନ୍ଦର ସେ,
କୁବଳୟା ଫଳ ନାସେ ଯେ,
କାମ ବିକାର କଲାକ ପ୍ରାଣବନ୍ଧୁ
ଦେଖି ସୁଧାନନ୍ଦ ହାସେ ଯେ । । ୧ ।
ଖୋସିଛି ଶିରେ ମୟୂର ଶିଖଣ୍ଡ
ଖଣ୍ତ ସଘନରେ ଶକ୍ର କୋଦଣ୍ଡ
ଖଞ୍ଜି ଅଳଙ୍କାର ଗୁଞ୍ଜରା ମାଳି
ଖଞ୍ଜି ପୁଞ୍ଜି ପୁଞ୍ଜି କାଇଁଚ ମାଳି ସେ,
ଖିଳ ବ୍ରହ୍ମାଣ୍ଡ ଠାକୁର ଗୋ,
ଖୀନ ନୟନ ଅପାଙ୍ଗ ଶରେ ତନୁ
ଖଣ୍ଡ ଖଣ୍ଡ କଲା ମୋର ଗୋ ।୨।
ଗଣ୍ଡସ୍ଥଳେ ଲୁଳେ କୁଣ୍ଡଳ ବେନି
ଗ୍ୟାନ ଧ୍ୱଂସ ହୋଏ ଦେଖି ସଜନି
ଗୋବିନ୍ଦ ଗଳାରେ ପ୍ରବାଳ କଣ୍ଠି
ଗୋପସୁତ ସଙ୍ଗେ କରିଛି ଗୋଷ୍ଠି ସେ
ଗଜ ମୁକୁତାର ହାର ଗୋ,
ଗଳାରୁ ଜାନୁ ପରିଯନ୍ତେ ଲମ୍ବଇ
ବନ କୁସୁମର ମାଳ ଗୋ । ।୩।
ଘଟଣ ସୁନ୍ଦର ତ୍ରିଭଙ୍ଗୀ ଅଙ୍ଗ
ଘନ ଘନ ବଂଶୀ ବାଜେ ଶ୍ରୀରଙ୍ଗ
ଘୋଟିଲା ଅନ୍ତରେ ଅନଙ୍ଗ ଜ୍ୱର
ଘୁମାଇ ଘାରିଲା ମୋର ଶରୀର ସେ,
ଘାଉକଲା ରତିବର ଯେ,