ପୃଷ୍ଠା:Prachina Odia Kabita.pdf/୨୩୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୨୨
ପ୍ରାଚୀନ ଓଡ଼ିଆ କବିତା
 

ଘାଉଆ ହରିଣୀ ପ୍ରାୟେ ମୁଁ ହୋଇଲି
ଶୁଣି ତା' ବେଣୁ ସୁସର ଯେ । ।୪।
ନୟନେ ତା ରୂପ ଦେଖିଲି ଯାହା
ନ ପାରଇ କହି ବଚନେ ତାହା
ନ ରୁଚଇ ମୋତେ ସଦନ ସୁଖ
ନ ଦେଖି ଦେଖିଲି କଳା ଶ୍ରୀମୁଖ ସେ,
ନିବେଦନା ମୋର ଘେନ ଗୋ,
ନିଚେଁ ପ୍ରାଣବନ୍ଧୁ ନେଇ ମୋତେ ରଖ
ଆଜହୁଁ ତୋର ଅଭିନ୍ନ ଗୋ । ।୫।
ଚଳ ସହଚରି ! ଚାନ୍ଦ ଚହଟ !
ଚଉବର୍ଗଦାନୀ ନୀପ ନିକଟ
ଚଞ୍ଚଳାପତିଙ୍କ ପାଶେ ଜଣାଇଁ
ଚାଣ୍ତେ ଘେନିଆ ପହଣ୍ଡ ମଣାଇ ସେ,
ଚତୁରାନନ ଯା ଦାସ ଗୋ,
ଚନ୍ଦ୍ରଶେଖର ପଲକ ନ ଟଳଇ
ଚାହିଁ ଚକ୍ରଧର ବେଶ ଗୋ | ।୬।
କ୍ଷୀନ ଉଦର କ୍ଷୀନ ରୋମାବଳୀ
ଛନ୍ନ ହୋଇବେ ଦେଖି ସୁରବାଳୀ
ଛାଡ଼ି ପତି ସୁତ ଗୃହ ବାସ
କ୍ଷଣେ ନ ଛାଡ଼ିବେ ଶ୍ରୀକୃଷ୍ଣ ପାଶ ସେ,
ଛଟକେ ତା ରୂପ ଦେଖି ଯେ,
ଛାର ନିଲକ୍ଷଣୀ ଛାଡ଼ି ମୁଁ ଅଇଲି
ଦୋଷ କ୍ଷମାକର ସଖି ଗୋ । ।୭।
ଜମ୍ବୁନଦ ଜିଣି ପୀତବସନ
ଦାମିନୀ ଜଳଦେ ଦିଶେ ଯେସନ
ଜଡ଼ିତ ବେନି ଫରହର ଉରେ
ଯୋଗୀନ୍ଦ୍ର ବୃନ୍ଦ ଦେଖି ଯୋଗ ଛାଡ଼େ ସେ,
ଯଉଁ ଶୋଭା ଜଗବନ୍ଧୁ ଯେ,