ପୃଷ୍ଠା:Prachina Odia Kabita.pdf/୨୩୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୭ଶ ଶତାବ୍ଦୀ
୨୨୩
 

ଯୁବତୀ ଜୀବନ କତେକ ମାତର
ଦେଇ ରଖ କୃପାସିନ୍ଧୁ ଯେ । ।୮।
ଝିମଣ୍ଟକେ ଦୁତୀ ତହୁଁ ଚଳିଲା
ଝାତିକାରେ କୁଞ୍ଜବନେ ମିଳିଲା
ଝସ କେତନର ପିଅର ପାଶ
ଝଗଡ଼ି କହଇ ରାଧା ସନ୍ଦେଶ ସେ
ଝରୁଅଛି ପ୍ରାଣ ସାହା ଯେ,
ଝୀନପତନୀ ପାଷାଣରୁ ଗରୁ,
ଝଡ଼ିପଡ଼େ ବେନି ବାହା ଯେ । ।୯।
ନୟନରେ ନୀର ନ ରହେ ତାର
ନିରନ୍ତରେ ନାମ ଜପଇ ତୋର
ନ ରୁଚଇ ଅନ୍ନ ନ ମାଡେ ନିଦ
ନତନୁର ଶରେ ଲଫୁ ଯେ
ନିଚେଁ ତିରୀହତ୍ୟା ଦୋଷକୁ ପାଇବୁ
ନାରୀ ଶିରୋମଣି ମଲେ ଯେ । ।୧୦।
ଟାହି ପରାୟେ ନ ମଣ କ‌ହ୍ନାଇଁ
ଟାକି ବସିଥିବେ ତୋତେ ଅନାଇଁ
ଟଳି ପଡ଼ିବାକୁ ଅଛି କେବଳ
ଟାଣ ମନସିଜରାଜ ପ୍ରବଳ ଯେ,
ଟାଣି ବିନ୍ଧେ ପଞ୍ଚବାଣ ଯେ
ଟିକାଏ ଓପ୍ରୋଧ ନାହିଁନା ତାହାର
କରୁଅଛି ରଣଭଣ ଯେ । । ୧୧ ।
ଠାକୁରେ ଜାଣିଲେ ରାଧା ସନ୍ଦେଶ
ଠିକ କହୁଛନ୍ତି ଦୁତିକା ପାଶ
ଠିକ ଦେହୁ ଆମ୍ଭେ ବାଳୁତ ପୋଇ
ଠିକ କଥା କି କେ କହୁ ଦୁତାଇ ଯେ,
ଠାକୁରାଣୀ ପଣେ ବଡ ଯେ -
ଠାକୁର ଭିଖ- ଭାନୁଙ୍କ ଜେମାଦେଈ
ଆମ୍ଭେ ଜାଣୁ ଶିଶୁ ଖେଡ଼ ଯେ । ।୧୨।