ପୃଷ୍ଠା:Prachina Odia Kabita.pdf/୨୩୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାଦ୍ଦୀ
୨୨୩
 

ଯୁବତୀ ଜୀବନକେତେକ ମାତର
ଦେଇ ରଖ କୃପାସିନ୍ଧୁ ଯେ | ।୮।
ଝିମଣ୍ଟକେ ଦୁତୀ ତହୁଁ ଚଳିଲା
ଝାତିକାରେ କୁଞ୍ଜବନେ ମିଳିଲା
ଝସ କେତନର ପିଅର ପାଶ
ଝଗଡ଼ି କହଇ ରାଧା ସନ୍ଦେଶ ସେ
ଝରୁଅଛି ପ୍ରାଣ ସାହା ଯେ,
ଝୀନପତନୀପାଷାଣରୁ ଗରୁ,
ଝଡ଼ିପଡ଼େ ବେନି ବାହା ଯେ | ।୯।
ନୟନରେ ନୀର ନ ରହେ ତାର
ନିରନ୍ତରେ ନାମ ଜପଇ ତୋର
ନ ରୁଚଇ ଅନ୍ନ ନ ମାଡେ ନିଦ
ନତନୁର ଶରେ ଲଫୁ ଯେ
ନିଚେଁତିରୀହତ୍ୟା ଦୋଷକୁ ପାଇବୁ
ନାରୀ ଶିରୋମଣି ମଲେ ଯେ | ।୧୦।
ଟାହି ପରାୟେ ନ ମଣ କହ୍ନାଇଁ
ଟାକି ବସିଥିବେ ତୋତେ ଅନାଇଁ
ଟଳି ପଡ଼ିବାକୁ ଅଛି କେବଳ
ଟାଣ ମନସିଜରାଜ ପ୍ରବଳ ଯେ,
ଟିକାଏଓପ୍ରୋଧ ନାହିଁନା ତାହାର
କରୁଅଛି ରଣଭଣ ଯେ ।।୧୧।
ଠାକୁରେ ଜାଣିଲେ ରାଧା ସନ୍ଦେଶ
ଠିକ କହୁଛନ୍ତି ଦୂତିକା ପାଶ
ଠିକ ଦେହୁ ଆମ୍ଭେ ବାଳୁତ ପୋଇ
ଠିକ କଥା କି କେ କହୁ ଦୁତାଇ ଯେ,
ଠାକୁରାଣୀ ପଣେ ବଡ ଯେ
ଠାକୁର ଭିଖ- ଭାନୁଙ୍କ ଜେମାଦେଈ
ଆମ୍ଭେ ଜାଣୁ ଶିଶୁ ଖେଡ଼ ଯେ ।।୧୨।