ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୨୮
ପ୍ରାଚୀନ ଓଡ଼ିଆ କବିତା
ବନମାଳୀ ବିଧୁବଦନୀ ରସ
ବିଶ୍ରାମିଲେ ଅଙ୍ଗେ ପିନ୍ଧିଲେ ବାସ
ବହୁତ ବିନୋଇ କହଇ ବାମା
ବହୁତ ଅପ୍ରାଧ କରି ମୋ କ୍ଷମା ଯେ
(ମୁଁ) ବହୁ ଭୁଆଷୁଣୀ ସିନା ଯେ
ବଡ଼ ମନ୍ଦ ମୋର ଶାଶୁ ଯେ ନଣନ୍ଦ
ବାଦେ ଲାଗିଛନ୍ତି କିନା ଯେ । ।୨୯।
ଶ୍ୱାସ ଥିରକରି କହେ ସୁମୁଖୀ
ସ୍ନେହରେ କୋଳେ ଧରି ପଦ୍ମଆକ୍ଷି
ଶ୍ୟାମ କରେ ଶ୍ୟାମ କବରୀ ସାଜି
ଶ୍ୟାମ କୁସୁମମାଳେ ତନୁ ରାଜି ଯେ
ସୀମନ୍ତେ ମୁକୁତା ଜାଲି ଯେ
ସରୁ ଅଳତା ଆନ କରି ଛନ୍ଦିଣ
ଭାଲେ ମୃଗମଦ ସାଜି ଯେ । ।୩୦।
ସୁରତି ଜୟ ପତ୍ରାବଳୀ ମାନ
ସୁଗଣ୍ଡ ଦେଶ କଲେକ ଲେଖନ
X X X
ସରୁ ଚୁମ୍ବନ ଦେଇ ଚିବୁକରେ ଯେ,
ସୁରଙ୍ଗ ଅଧର କଳା ଯେ,
ଶ୍ୟାମସୁନ୍ଦର ଚିବୁକେ କର ଦେଇ
ଛଡ଼ାଇଲେ ନନ୍ଦବଳା ଯେ । ।୩୧।
ଶରୀର ଦିଶେ ଲଖ କ୍ଷତ ଚିହ୍ନ
ଶାମଳିଲେ ଅଙ୍ଗେ ଗୁରୁ ବଦନ
ଶ୍ରବଣେ ଖଞ୍ଜିଲେ ତାଟଙ୍କ ବେନି
ସିନ୍ଧୁ ଫଳମାନ ହୃଦେ ମଣ୍ଡଣି ଯେ,
ଶରୀରେ ତୁ ଅର୍ଦ୍ଧ ଅଙ୍ଗୀ ଗୋ,
ସରସଲୋଚନୀ ଦଣ୍ତେ ନ ଛାଡ଼ଇ
ଯୁଗେ ଯୁଗେ ପ୍ରାଣସଙ୍ଗୀ ଗୋ । ।୩୨।