ପୃଷ୍ଠା:Prachina Odia Kabita.pdf/୨୩୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାଦ୍ଦୀ
୨୨୯
 


ହରିଣନୟନୀ ହରଷ ମନ
ହଂସଗମନୀ କହଇ ବଚନ
ହୋଇଥିବି ତୋ ଠାରେ ପରାଧିନୀ
ହୃଦେ ଜପୁଥିବି ତୋ ଗୁଣ ଗୁଣି ଯେ,
(ତୁ) ହୋଇଥିବୁ ମୋତେ ସାହା ଯେ,
ହୋଇଥିବି ତୋର ଜନ୍ମେ ଜନ୍ମେ ଦାସୀ
ଆଜ୍ଞା ଦିଅ ଚଉବାହା ହେ । ।୩୩।
କ୍ଷୀଣୋଦରୀ ବାଣୀ ଶୁଣି ଗୋପାଳ
ଛ ଛନ୍ଦେ ରାଧାକୃଷ୍ଣ ଛାଡ଼େ କୋଳ
କ୍ଷଣେ ନ ଛାଡ଼ଇ ତୁମ୍ଭ ପୀରତି
ଛାଇ ଯେହ୍ନେ ଥାଇ ବୃକ୍ଷର କତି ଯେ,
କ୍ଷେମେ ଯାଅ ନିଜ ପୁର ଯେ,
ଛାର ଦାମୋଦର ଅପରାଧ କ୍ଷମା
କର କରୁଣାସାଗର ହେ ।।୩୪।