ପୃଷ୍ଠା:Prachina Odia Kabita.pdf/୨୪୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାବ୍ଦୀ
୨୩୧
 

ମୋରେ ସଜ କର ସଖି,
(ମୁଁ) କହ୍ନାଇଁକି ଯିବି ଦେଖି,
ମୁରଲୀ ବଜାଇ ମନ୍ଦ ମନ୍ଦ କରି ଦୁରୁଁ ଠାରୁଥାଉଁ ଆଖି,
ଗୋ ଦୂତୀ ତୁ ଯାଉ କିନା । । ୬ ।
ମୋର ଚରଣେ ଦିଅ ପାହୁଡ଼,
(ମୁଁ) ବନେ କରୁଥିବି ଧାଉଡ଼,
ପାଦ ରୁଣଝୁଣ ଶବଦ ଶୁଣିଣ କହ୍ନାଇଁ ଆହୁଡ଼ ବାହୁଡ଼,
ଗୋ ସଖୀ ତୁ ଯାଉ କିନା । । ୭ ।
ନେତ ପିନ୍ଧିୟା ମଣ୍ଡା ପଡ଼ିୟା,
(ମୁଁ) କହ୍ନାଇଁକି ଯିବି ଲୋଡ଼ିୟା,
ଖଞ୍ଜି କରେ ଚୁଡ଼ି ଗୁଞ୍ଜରବନ୍ଧ ସମନାଥ ଗରଗଡ଼ିୟା,
ଗୋ ଦୁତୀ ତୁ ଯାଉ କିନା । ।୮।
କୁଶ ଦାମ ପରି ବିଦ,
(ମୋର) ବାହୁଟି ଉପରେ ବାନ୍ଧ,
ଶ୍ରବଣେ ଭର ମୋ ଝଲକ ଚକ୍ର ଫେରତା ମୁକୁତାବନ୍ଧ
ଗୋ ସଖୀ ତୁ ଯାଉ କିନା । ।୯।
(ମୋର) ମୁକୁତା ପାଞ୍ଚ ଗୋଟିଆ,
(ଖଞ୍ଜି ଦେ) ମୋର ନାସା ପୁଟିଆ,
(ମୋର) କହ୍ନାଇ ପାଶକୁ ବାଜି ଯାଉଥିବ ଝମକ ଝମକ ଝୁଣ୍ଟିଆ ।
ଗୋ ସଖୀ ତୁ ଯାଉ କିନା । ।୧୦।
ଏତେ କହି କରି ବାଳୀ,
ମୋହେଣ ପଡ଼ିଲା ଢଳି,
ଧାଇଁ ଧରି ସଖୀ ରୋଦନ କରନ୍ତି ଆଲଟ ଚାମର ଢାଳି,
ଗୋ ଦୂତୀ ତୁ ଯାଉ କିନା । ।୧୧।
ଗୋବିନ୍ଦ ଗୋବିନ୍ଦ ବାଦ୍ୟ,
ଗଗନେ ଉଚ୍ଛୁଳେ ନାଦ,
ଦେବ କହେ ପ୍ରଭୁ କେବେହେଁ ନୋହିବ
ଗୋବିନ୍ଦ ଭାବ ବିଚ୍ଛେଦ । ।୧୨।