ପୃଷ୍ଠା:Prachina Odia Kabita.pdf/୨୪୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାବ୍ଦୀ
୨୩୫
 

ତ୍ରିଭଙ୍ଗ ଛନ୍ଦେକଦମ୍ବମୂଳେ ରହି
ମଧୁର ଧ୍ୱନି ଆଳପିଲେ ।
ସୁସ୍ୱର,
ଧ୍ୱନି ଶୁଭିଲା ତିନି ପୁର,
ସଚରାଚରଜନମନ ହରିଲା
ସମାଧି ଟଳିଲା ଶିବର । ୧ ।
ସପତ ସାଗରଲହରୀ ସ୍ଥକିତ
ଯମୁନା ଉଜାଣି ବହିଲା,
ଶୁଷ୍କ ତରୁବରନବ ପଲ୍ଲବିତ
ପାଷାଣ ତରଳି ଗଳିଲା ।
ଗଗନେ,
ଉଡ଼ନ୍ତା ଚଡାଇ ସ୍ଥକିଲେ,
ଗଭୀର ଜଳୁଁମତ୍ସମାନେ ଉନ୍ମତ୍ତେ
ଡେଇଁ ଯାଇ କୂଳେ ପଡ଼ିଲେ । ୨ ।
ପଶୁ ଜନ୍ତୁମାନେମୁଖେ ଗ୍ରାସ ଘେନି
ଆକାଶକୁ ଚାହିଁ ରହିଲେ,
ବେଦବର ବେଦପଢ଼ୁଁ ପାସୋରିଲେ
ଧ୍ୱନି ଶୁଣି ମୋହ ହୋଇଲେ ।
ସୁସ୍ୱର,
ପାହିଗଲା ରାଗ ଗାନ୍ଧାର,
ନବକିଶୋରୀଚିନ୍ତା ମେହୁ ଉଡ଼ିଲା
ଛାଡ଼ିଲା ମଦନ ଅନ୍ଧାର । ୩ ।
କାଚପୁରେ ରତ୍ନ-ପଲଙ୍କେ ସୁନ୍ଦରୀ
ଅଳପ ନିଦ୍ରା ଯାଇଥିଲା,
ବଂଶୀ-ଆଳାପ-ଧ୍ୱନି କର୍ଣ୍ଣେ ଶୁଣନ୍ତେ
ସପନ ମଣି ଚମକିଲା ।
ସୁନ୍ଦରୀ,
ଉଲଟି ପଡ଼ିଲା ତଳରେ,