ପୃଷ୍ଠା:Prachina Odia Kabita.pdf/୨୪୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୩୬
ପ୍ରାଚୀନ ଓଡ଼ିଆ କବିତା
 

ନାବୁ କି ମୀନଛିଟିକି ଡେଇଁ ଆସି
ପଡ଼ିଗଲା ନଦୀଜଳରେ । ୪ ।
ଭେଦିଲା ଧୁନିହୃଦୟ ଜରଜର
ଉଚ୍ଚସ୍ୱରେ କାନ୍ଦି ଉଠିଲେ,
ବେଭଳି ମତିଆରତ ହତଗ୍ୟାନେ
ବିକଳେ ଲୋଟି ସାଉଁଟିଲେ ।
ସୁନ୍ଦରୀ,
ବିଚାର ରହି କ୍ଷଣେ ଶୁଣି,
ଏ ତ ବିପରୀତକାହାର ଚରିତ
କୃଷ୍ଣ ଗଲାଦିନୁ ନ ଜାଣି । ୫ ।
ବ୍ରଜକୁମାରେଏଥେ ଯେତେ ଅଛନ୍ତି
କାହାରି ବଂଶୀ ଏ ନୋହଇ,
ଏଥର କୋଟି ଅଂଶଲେଶ ମାତ୍ରକୁ
ଲକ୍ଷିଲେ ସମ ଅଛି କାହିଁ ।
ଏ ଧୁନି,
ଏ ମହା ମଧୁଯାମିନୀରେ,
କାହାପାଇଁ ଅବାକେହୁ ବଜାଇବ
ଯମୁନା ପୁଲିନ ବନରେ । ୬ ।
ଏତେବେଳେ ଆସିସଂସିଦ୍ଧି ହୋଇଲା
ଯାହା କହିଥିଲେ ଅମ୍ବିକା,
ଏମନ୍ତ ବିଚାରୁବଂଶୀ ଡାକ ଦେଲା
ରାଧିକା, ରାଧିକା, ରାଧିକା ।
ସୁନ୍ଦରୀ,
ଶୁଣି କରି କୋଡ଼ି ହୋଇଲା,
କେଶବାସ ଅସ-ମ୍ଭାଳ ହୋଇ ବାଳୀ
କଦମ୍ବମୂଳକୁ ଧାଇଁଲା । ୭ ।
ଦେଖିଲେ ଦିବ୍ୟ-ମୂରତି ଗୋପୀନାଥ
ଚାହିଁ ମଥା ପୋତି ରହିଲେ,