ପୃଷ୍ଠା:Prachina Odia Kabita.pdf/୨୫୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୪୨
ପ୍ରାଚୀନ ଓଡ଼ିଆ କବିତା
 

ଅନୁଭବ ସନ୍ତାପ ଛାଡ଼ି ନଦୀ
କୂଳ ଲଙ୍ଘିଣ ହୋଇଲେକ ବୃଦ୍ଧି ।
ହଂସ ଛାଡ଼ିଣ ଅବନୀମଣ୍ଡଳ
ମାନସରକୁ କଲେ ଅନୁକୂଳ ।
ଝଞ୍ଜାନିଳ ପ୍ରଖର ହୋଇ ବହେ
ନବ ମାଳତୀ ମଧୁଗନ୍ଧ ବହେ । ।୩୦।
ନବ କୁସୁମ ବିକାଶ ନିକର
ନିରତରେ ମଣ୍ଡିଲେ ନ‌ଦୀତୀର ।
ଦିନକର ନୋହି ଲାଜେ ପ୍ରକାଶ
ତମ ବୋଳି ହୋଇଲା ତନୁଦେଶ ।
ନିରନ୍ତରେ ମଣ୍ଡଇ ଘନ ନବ
ମତ୍ତ ମୟୁରୀ ଶିଖୀ ସଙ୍ଗେ ଭାବ ।
ପୁଚ୍ଛ ତାର ବିସ୍ତାରି ନାଟ କରେ
କେକା ଗଗନସ୍ଥଳ ଯାୟେ° ପୂରେ ।
ୟେହି ଋତୁକୁ ଦେଖିଣ ବିରହୀ
ପ୍ରାଣ ଆଶା ଛାଡ଼ିଲେ ଘନ ଚାହିଁ । । ୪୦।
କେହୁ ଜୀବର ଆଶା ହିଁ ଛାଡ଼ିଲା
ଘନ ଗର୍ଜନକୁ କାନ ଡେରିଲା ।
କେଉଁ ବାଳା କରେ ଅତି ସାହାସ
ନୟନରେ ଦେଖିଲା ଘନରସ ।
କେଉଁ ଅନୁରାଗୀର ଏ ବିଚାର
କାନ୍ତ ନ ଦେଖି ଜୀବନ ଯିବାର ।
ଅମୃଚ୍ଛିତ ହୋଇଲା ତାର ମନ
ତେଣୁ ଲୟେ କରି ରଖେ ଜୀବନ |
ଯେହୁ ବିରହ ଭାବ ସହିଥିବ
କାନ୍ତ ମୁଖ ନଦେଖି ପ୍ରାଣ ଯିବ । ।୫୦।
କେଉଁ ରସବତୀ କାମ ଭୟାଳୁ
ଚିତ୍ତ ଭାବରେ ପରମ ଦୟାଳୁ ।