ପୃଷ୍ଠା:Prachina Odia Kabita.pdf/୨୫୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାବ୍ଦୀ
୨୪୩
 

ଦୁଇ କୁଳରୁ ହୋଇଣ ୟେ କଥା
ଋତୁ ସୁମରି ହୋୟେ ମନବ୍ୟଥା ।
ଅଙ୍ଗ ସଙ୍ଗେ ଅଛି ଯଉଁ ଯୁବତୀ
କାନ୍ତ ଘେନି ଆରୋହିଲା ଜଗତୀ ।
ଘନ ତଡ଼ିତ ବରଷା ପ୍ରଚାର
ଦେଖି ଉଲୁସଇ ତନୁ ତାହାର ।
କାନ୍ତ କରେ ଉଚିତ ଉପଚାର
କାମ ମଦକୁ ଶୀତ ଉପଚାର । ।୬୦।
କେଉଁ ବିଦେଶୀ ଦେଖି ୟେ ସମୟେ
କରେ ସଦନ ଗମନ ଉପାୟେ ।
କେହୁ ବରଷା ନୀରମାନ ତିନ୍ତି
ବାଟେ ଗମନ ପ୍ରିୟାମୁଖ ଚିନ୍ତି ।
ଘନ ଗର୍ଜନ ଶୁଭେ ଘନ ଘନ
ଜଇମୁନିହିଁ କଲା ପ୍ରିୟା ନାମ ।
କଲା ନିଶାରେ ସେ କେଳି ବିଚାର
ଧ୍ୟାନ କରଇ ମଦନ ମନ୍ଦିର ।
କେହୁ ସଦନେ ହୋଇଲା ପ୍ରବେଶ
ତାପ ପାଇଲା ଦେଖି ପ୍ରିୟା କୃଶ । ।୭୦।
ୟେହି ସମୟେ ମଧୁମତୀ- ପୁରେ
ମତ୍ରକେତୁ ଘନ ଚାହିଁ ବିଚାରେ ।
ଆହା ହୋଇଲା ପ୍ରବେଶ ବରଷା
ଜାଣୁ ନାହିଁ ୟେ ମୋର କେଉଁ ଦଶା ।
ମୋର ନୟନ ବେନି ବାରିବାହ
ପ୍ରାୟେ ବାରି ବରଷେ ବାରିବାହ ।
ମୋର ହୃଦୟ ପରି ଅପ୍ରସନ୍ନ
ହୋଇ ଅଛନ୍ତି ୟେହୁ ଦିଗମାନ ।
ମୋର ପ୍ରିୟା ପ୍ରାୟେ ନେତ୍ରୁ ଅନ୍ତର
ହୋଇ ଅଛନ୍ତି ଦିବା ନିଶାକର । ।୮୦।