ପୃଷ୍ଠା:Prachina Odia Kabita.pdf/୨୫୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୪୬
ପ୍ରାଚୀନ ଓଡ଼ିଆ କବିତା
 

ସଖି ଗୋ,
ମୁଁ ତାରେ କଲି ନାହିଂ ତ ଦୋଷ
ଅକାରଣେ କିମ୍ପା ତେଜିଗଲେ ମୋତେ
ହୋଇଲାକ ମୋର ପୁଣ୍ୟ ଶେଷ । ।୩।
ମୁହିଂ ପଦ୍ମ‌ବନ ସେହି ଜଳଧର
ମୁହିଂ ପଦ୍ମବନ ସେ ଦିବାକର
ମୋ ମନକୁମୁଦ ସେ ପୂର୍ଣ୍ଣଶଶୀ
ସେହି ଠାକୁର ମୁହିଂ ତାର ଦାସୀ ।
ସଖି ଗୋ,
କାହିଂ ଅଛି ସେହି କୁମରବର
ତାର ବିନୁ ମୋର ଦିନ ନ ସରିବ
ତେଜିବଇଂ ନିଶ୍ଚେଂ ୟେ କଳେବର । ।୪।
ତିଳେ।ତ୍ତମାର ବିରହ ସେ ଦେଖି
ମନେ ବିକଳ ପାଇଲେକ ସଖୀ
ପଦ୍ମପତ୍ର ଆଣି ସେ ସହଚରୀ
ଶେଯ୍ୟା ରଞ୍ଚିଲେ ସଞ୍ଚଘଞ୍ଚ କରି ।
ସଖି ଗୋ,
ମୃଦୁ ପଲ୍ଲବ ଶେଯରେ ନେଇ
ଚନ୍ଦନକର୍ପୂର ଲେପୁଣ ଅଛନ୍ତି
ସୁଶୀତଳ ଜଳକଣା ଦେଇ । ।୫।
ଶୁଆଇଲେ ବାଳୀକି ତହିଁ ନେଇ
ଅନେକ ଚାଟୁବାଣୀମାନ କହି
ବିଞ୍ଚନ୍ତି ସଖୀଜନେ ଚଉପାଶେ
ଦହଇ ତନୁ କାମ ହୁତାଶେ ।
ସଖି ଗୋ,
କ୍ଷଣ କ୍ଷଣକେ ମୋହ ଯାଇ ବାଳୀ,
ପୁଣି ପୁଣି ତାର ଦେହ ଚମକଇ
ଉଲୁସିତ ହୋୟେ ରୋମାବଳୀ । ।୬।