ପୃଷ୍ଠା:Prachina Odia Kabita.pdf/୨୫୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୪୮
ପ୍ରାଚୀନ ଓଡ଼ିଆ କବିତା
 

ଶଶୀ ହେ,
ବିଷ ଅଟଇ ତୋର ସହୋଦର
ତେଣୁ କରି ବିଷ ବରଷୁ ଅଛୁ ତୁ
ଜୀବନ ମୋହର ବେଗେ ହର । ।୧୦।
ସ୍ତ୍ରୀବଧ ପାତକ ଅତି ଦାରୁଣ
ନ ଜାଣୁ କି ହୋ ତୁ ଶୀତକିରଣ
ୟେକେ ତ କଳଙ୍କିତ ତୋର ଦେହା
ଆଉ କିମ୍ପା ପୁଣ କରୁଛୁ ୟେହା ।
ଚନ୍ଦ୍ର ହେ,
ପିତା ତୋର କ୍ଷୀର ଜଳଧି
ତାହାର ପୁତ୍ର ହୋଇ ନିଜ ରାଜ୍ୟେ ତୁ
ସ୍ତିରୀହତ୍ୟାକୁ କରୁଛୁ ବୁଦ୍ଧି । ।୧୧।
କାନ୍ତ ତୁଲେ ମୋର ସୁରତି ଭାବ
ସବୁ ଜାଣିଅଛୁ ନିଶାର ଧବ
ତୋତେ ମୁହିଂ ବିଶ୍ୱାସ ଯାଇଥିଲି
ସେ ଫଳ ୟେବେ ତ ମୁହିଂ ଭୂଞ୍ଜିଲି ।
ଶଶୀ ହେ,
ନ ଜାଣି ସିନା ମୁହିଂ ମୂଢ଼ପଣେ
ହର ସୁଫଳ ଜନ ପୁରେ ପଶି
କେଳୀ କରଇ ତୋର କିରଣେ । ।୧୨।
ଯେତେ ସୁଖ ଭୂଞ୍ଜିଥିଲି ତୋ ପୁରେ
ସେ ସବୁ ଦୁଃଖ ହେଲା ୟେବେ ମୋରେ
ଯେସନ ସର୍ପମୁଖେ ଦେଲେ କ୍ଷୀର
ତାହା ପାନେ ନାଶ ଯାଇ ଶରୀର ।
ଶଶୀ ହେ,
ୟେବେ ମୁଂ ଜାଣିଲି ହେ ଚାନ୍ଦ
ପିଶୁନ ସମ୍ମୁଖେ ଯେଉଂ କାର୍ଯ୍ୟ କରି
ଭଲ କଥା ହିଂ ହୋଅଇ ମନ୍ଦ । ।୧୩।