ପୃଷ୍ଠା:Prachina Odia Kabita.pdf/୨୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୦
ପ୍ରାଚୀନ ଓଡ଼ିଆ କବିତା
 

ଛିନ୍ନ ଅଙ୍ଗେ ଛିଣ୍ତାକନ୍ଥା ଲାଗିଛି ତାହାର
ଛାର ପାଉଁଶ ଲୋଚାଏ ଲେମିଛି ଶରୀର ।
ଛନ୍ଦିଅଛି ସର୍ପମାଳି ମୁଣ୍ତେ ଆଭରଣ
ଛଟକେ ଭେଳକି ବୁଢ଼ା ଲଗାଇଲା ଜାଣ ।୭।

ଜଙ୍ଗମକୁ ପ୍ରାପତ ହୋଇଲୁ ଚନ୍ଦ୍ରମୁଖି
ଯାହା ତୋର କପାଳରେ ବି‌ହି ଅଛି ଲେଖି ।
ଯୁବାକାଳେ ଯଉଁ ଯୋଗ ଭୁଞ୍ଜିବୁ ନା ଯାହା
ଜାଣୁ ଜାଣୁ ଜଙ୍ଗମ ଗୋଟାକୁ ହେଲୁଁ ବାହା ।୮।

ଝୁମୁଝୁମୁ ବାଜି ଘଣ୍ଟି ଘାଗୁଡି ଲୋଚାଏ
ଝମକୁଣ ଅଛି କରେ ତ୍ରିଶୂଳ ଗୋଟାଏ ।
ଝୁଲି ହୋଇ ଝିଙ୍କି ପଡୁଛି ଢୁଳାଇ
ଝିଅ କି ନାତୁଣୀ ପ୍ରାୟେ ଦିଶିବୁ ଗୋ ତୁହି । ।୯।

ନିସତେଣ କହେ କଥା ନିକୁଟିଣ ଦାନ୍ତ
ନ ଆସଇ ବାଣୀ ତାର ଦୂହିଁ ହୋଏ ଅନ୍ତ ।
ନିଶ ଦାଢି ରୁଚି ତାକୁ ନ ମିଳେ ଭଣ୍ଡାରି
ନିଶାକାଳେ ଯେ ଦେଖିଲେ ଭୟେ ଡରିପାରି । ।୧୦।

ଟଳଟଳ ହୋଇ ଟେକି ବସି ନ ପାରାଇ
ଟାକୁଆ ଗାଲ ପାକୁଆ ଦାନ୍ତ ଆଦି ନାହିଁ ।
ଟକଟକ ହୋଇ ତା' ଲାଗଇ ବେନି କର୍ଣ୍ଣ
ଟାକର ନିର୍ମାଖି ସେ ଅର୍ଚ୍ଛିତ ଅପାବନ । ।୧୧।

ଠୁଳ କରିଥିବା ଭିକ୍ଷା ମାଗିବାର ଧନ
ଠକିଥିଲା ଦେବି ବୋଲି ହେମନ୍ତ ରାଜନ ।
ଠକର ସ୍ୱଭାବ ସେ ଗୋ ଲଗାଇଲା ଆଣି
ଠାବେ ହେତୁ ନାଶଗଲୁ ହେମନ୍ତଦୁଲଣି । ।୧୨।

ଡାକି ଏ ବଜାଉଅଛି ଥାଳେକ ଝୋଲିର
ଡିଙ୍ଗର ଡାଙ୍ଗୁଆ ଘେନି କରିବୁ ଗୋ ଘର ।