ପୃଷ୍ଠା:Prachina Odia Kabita.pdf/୨୬୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୫୨
ପ୍ରାଚୀନ ଓଡ଼ିଆ କବିତା
 

କୁଚ ଚକ୍ରବାକ ମତ୍ତ ରାଜହଂସ ଶବଦ କି ସେ ନୂପୁର
ମୀନ ଧ୍ୱଜେ କରି ହୃଦୟ ଆକୁଳ ତେଣୁ ନୋହୁ ଅଛି ସ୍ଥିର ।
ସର୍ବଜାତି କୁଳ ଦେଖୁଂ ଅଛନ୍ତି ଆବର ପୁନାଙ୍ଗ ଧବ
ନିଜ ବେନି କୂଳ ଛାଡ଼ି ଯାଉଅଛି ଭାବିଣ ସମୁଦ୍ର ଭାବ ।
ଗଙ୍ଗା ସହଚରୀ ଛାଡ଼ିଯାଇ ବୋଲି ଯାଉଅଛି ଅତି ବେଗେ
ତୁଙ୍ଗ ଜନ୍ମସ୍ଥାନ ପାଶୋରିଲା ଯହୁଁ ନାଏକର ଭାବ ଯୋଗେ । । ୩୦ ।
ବୃନ୍ଦାବନ ବର୍ଣ୍ଣନା ବୋଲି-
ୟେସନ ଯମୁନା ନଦୀର ତ‌ଟେ ଶ୍ରୀବୃନ୍ଦାବନ ଶୋଭନ
ତରୁ ଲତା ଗୁଳ୍ମେ ଆବୃତ ସେହୁ ମୋହଇ ନୟନମନ ।
ତରୁଗଣ ତହିଁ ମଦନ ଯେସନ ଫୁଲ ଶିଳୀମୁଖଧାରୀ
କାମିନୀ କାମୁକ ହୃଦୟ ଦହନ୍ତି ବିରହ ଦୁଃଖ ବିସ୍ତାରି ।
ବିବିଧ ଲତା ଯେହ୍ନେ ବନିତା ଋତୁକାଳେ ପୁଷ୍ପବତୀ
ମନୋହର ରସେ ରସିକା ସେହୁ ବଢ଼ାନ୍ତି ଜନ ପୀରତି ।
ଗୁଳ୍ମ କୁଳ ଗଣ୍ଡ ଯେସନ ଜାଣି ନାନା ପ୍ରକାରେ ତହିଁ
ଆଶ୍ରିତ ଲତାକୁ ମଧୁପ ଚୁମ୍ବଇ ତହିଁକି ବଚ୍ଛଳ ନାହିଁ ।
କୁଞ୍ଜ ଭିତର ଅତି ମନେ ହର ଘଞ୍ଚେ କରି ପଶି ନୋହେ
କୁଳବଧୁ ନୀବି ନିବିଡ଼ ଯେସନ ପୁରୁଷ ହୃଦୟ ଦହେ । ।୪୦।
କେବଣ କୁଞ୍ଜବେଶ ଧରିକରି ତନୁରେ ଖ୍ୟାତକ ଛବି
କର୍ଣ୍ଣାଟ ଯୁବତୀ ସୁରତି କାଳେ ଯେହ୍ନେ ପ୍ରକୃତି ଧରଇ ।
କେବଣ କୁଞ୍ଜ ଅତି ନିରିମଳ ଗଣିକାର ଘନ ଛନ୍ଦ
ମତ୍ତେ ମଧୁପ ରସେ ବସି କହଇ ୟେକେ ଆରକେ ଦ୍ୱନ୍ଦ ।
କେବଣ ଲତା ଫୁଲ ଧରି ନବ ପଲ୍ଲବେ ଅରୁଣ ଦିଶେ
ହାସ ଅନୁରାଗ ଧରିଥିଲା ରାମା ଯେସନେ ମନ ଉଲ୍ଲାସେ ।
ପୁଷ୍ପବତୀ ବୋଲି ମନ୍ଦବାୟେ କରି କମ୍ପୁଅଛି ତା'ର ଅଙ୍ଗୀ
ସଧୀରେ ତହିଁ ରସି ନ ପାରି ଦୁରେ ଖୋଜୁଅଛୁ ଭୂଙ୍ଗୀ ।
ଭାବେ ନାୟକ ରମି ଲୋଡ଼ିଲେ ଋତୁବତୀ ନାରୀ ଯେହ୍ନେ
ନାହିଁ ନାହିଁ ଶିର କମ୍ପାଇ ବାରଇ ଲତା ଦିଶୁଅଛି ତେହ୍ନେ । । ୫୦ ।