ପୃଷ୍ଠା:Prachina Odia Kabita.pdf/୨୬୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାବ୍ଦୀ
୬୫୫
 

ଦିବସ ଶେଷ ନିଶି ପ୍ରବେଶ ଦୁହିଙ୍କ ମଧ୍ୟ କାଳ
ଦିବସ ଶେଷ ଯେତେ ହେଉଅଛି ତେତେ ଦିଶୁଛୁ ମଞ୍ଜୁଳ ।
ଶିଶୁଭାବ ଶେଷେ ବୟସ ପ୍ରବେଶେ ଯେହ୍ନେ ଶୋଭାପାଇ ବାଳା
ଦିନରାତି ସନ୍ଧି ନାନା ପ୍ରକାରେ ଧରିଛି ତେସନ ଲୀଳା । । ୧୧୦ ।
ବେଳୁବେଳ ବଢ଼େ ଚନ୍ଦ୍ରର ପ୍ରଭାବ ଲୋଚନ ଆନନ୍ଦ ବାରି
ରତିର ବାଞ୍ଛା ମନେ ପୂରିଅଛି କିଞ୍ଚିତ ସରାଗ ଧରି ।
ଧୀରେ ଧୀରେ ଲାଜ ଛଡ଼ାଉଅଛି କି ସେ ସମୟର ସାର
କୁସୁମ ରଜ ପୂରିଅଛି ସେକାଳେ ନୋହିଛି ବିସ୍ତାର ।
ଶିଶୁଭାବ ଶେଷେ ଯୌବନ ଆଦ୍ୟ ବେନି ଭାବ ରସ ମଝି
ବାଳାର ବୟସ ସନ୍ଧିର ପରାୟେ ପ୍ରଦୋଷ କାଳକୁ ବୁଝି ।
ୟେସନ ସମୟେ ବନେ ବନମାଳୀ କଦମ୍ବ ତଳରେ ଉଭା
ନବ ଜଳଧର କି ସେ ଇନ୍ଦିବର ତେସନ ଶରୀର ଶୋଭା ।
କାମିନୀଜନର ମନ୍ଧାକ୍ଷ ନାଶଇ କିଏ ଥଞ୍ଜନା ସ୍ୱରୂପ
ତ୍ରିଭୁବନ ଜନ ମୋହନ କାରଣେ ନବୀନ କୁସୁମଚାପ । ।୧୨୦।
ସକଳ ଲୋକର ଲୋଚନ ଚକୋର ବଦନ ଚନ୍ଦ୍ରମା ତୁଲ ।
ଅପାଙ୍ଗ ତରଳ ନାରୀଙ୍କି ଗରଳ ନୟନ ନଳିମୀ ଫୁଲ ।
ବଧୁକ ଅଧର ସୁଧାର ଆଧାର କୁଣ୍ଡଳ ମଣ୍ଡିତ ଗଣ୍ଡ
ଶିଖି ଶିଖଣ୍ଡ ମଣ୍ଡିତ ମୁଣ୍ଡ ଭ୍ରୂଲତା କାମ କୋଦଣ୍ଡ ।
ମାରାଗ ଦଣ୍ଡ ଭୂଜ ପ୍ରଚଣ୍ଡ ଦଣ୍ଡଇ ବୈରୀ କୁଳ
ଆଲିଙ୍ଗନ କୁଚ ପୀଡ଼ା ସେ କରଇ ପୁଲକ କରେ ଆକୁଳ ।
ତିନି ଲୋକର ଶୋକ ସେ ହରଇ ଲୋକନଦ ପାଣିତଳ
ଦୁର୍ଜନ ମାରଇ ସର୍ଜନ ତାରଇ ଅଭୟ ଦାନେ ସରଳ ।
ଜଘନ ଘନ ନୀବି ବିବିଧ ଫେଡ଼ି ପ୍ରକାଶ କରଇ
କରଜ ଗଣ ମନୋଜ ବାଣ ଉରଜ କୁମ୍ଭ ଦାରଇ । ।୧୩୦।
ନିତମ୍ବ ଚକ୍ର ସୁଦର୍ଶନ ଚକ୍ର ବେନି ଚକ୍ର ଶୋଭା କରେ
ୟେ ଚକ୍ରେ ନାରୀ ହୃଦୟ କମ୍ପାଇ ଆରେକ ଅସୁର ମାରେ ।
ତରୁଣ କରୁଣ ବରୁଣ ଆଳୟ ହରିର ହୃଦୟ ବେଶ
ତରୁଣ କୁଚ କୁଙ୍କୁମ ରେଣୁରେ ଅରୁଣ ବର୍ଣ୍ଣ ପ୍ରକାଶ ।