ପୃଷ୍ଠା:Prachina Odia Kabita.pdf/୨୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫ଶ ଶତାବ୍ଦୀ
୨୧
 

ଡମ୍ବରୁଧରକୁ ସେବା କଲୁ ପରିମାଣି
ଡିଙ୍ଗର ବର ପାଇଲୁ ଦେଲେ ଶୂଳପାଣି । ।୧୩।

ତୋର ତପୁସିକି ମା ଗୋ ବଳାଇଲୁ ଚିତ୍ତ
ଢୋକରା ଯୋଗୀକି ମା ଗୋ ହୋଇଲୁ ପ୍ରାପତ ।
ଢମାଳି ନ କର ମୁଁ ଯେ କ‌ହୁଅଛି ସତ
ଢାଳେ ହେତୁ ନାଶଗଲା ହେମନ୍ତଦୁହିତ । ।୧୪।

ଅଣାଇଲେ ରାୟେ କାହୁଁ ବରେକ ବରିଣ
ଅଣମନୁଷ୍ୟ ଯେ ସେ ଅର୍ଛିତ ଅପାବନ ।
ଅଣଖ ସାରିଲେ ମାଏ ଝିଏ ଦୁହେଁ ହୋଇ
ଅଣଉହାଡ଼ରେ ଶୀଘ୍ରେ ଦେଖାଇଲେ ନେଇ । ।୧୫।

ତୀକ୍ଷ ଶରବର ବାଳୀ ବାଜିଲା ହୃଦର
ତଡ଼ିତେ ପଡ଼ିଲା ଢଳି ନିଜେ ତା' ମନ୍ଦିର ।
ତକ୍ଷଣେ ତୋଳି ଧଇଲେ ତାହାଙ୍କର ଦାସୀ
ତୁରିତେ ମିଳିଲେ ମାଏ କତିରେ ତା' ଆସି । ।୧୬।

ଥରହର କରି ମାଏ ବୋଲନ୍ତି ବଚନ
ଥିର କର ମନ ମା ଗୋ ନୋହ ଅଚେତନ ।
ଥିଲା ଏତେ କାଳେ ମୋର ଦୁଲଣା ହୋଇଣ
ଥନ ଯଉବନ କାଳେ ଦେଉଛି ଜୀବନ । ।୧୭।

ଦଇନି କରି କ‌ହୁଛି ଶୁଣ ମୋର ମାୟେ
ଦନ୍ତେ ତିରଣ ଧରିଣ ଓଳଗଇ ପାୟେ ।
ଦରିଦ୍ର ହୀନ ବୁଢ଼ାକୁ ଯେବେ ମୋତେ ଦେବୁ
ଦୁଇ ନ‌ୟନରେ ମୋର ମରଣ ଦେଖିବୁ । ।୧୮।

ଧରା ଧରି ହୋଇ ମାଏ ଝିଅ ବୋବାଇଲେ
ଧାଈ ମୃଦୁସୁଲୀମାନେ ଚ‌ହଳ ପାଇଲେ ।
ଧାଇଁ ଆସି ତ‌ତକ୍ଷଣେ ମିଳିଲେ ରାଜନ
ଧର୍ମ ପୁଣ୍ୟକାଳେ କିମ୍ପା କରୁଛ ରୋଦନ । ।୧୯।