ପୃଷ୍ଠା:Prachina Odia Kabita.pdf/୨୭୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାବ୍ଦୀ
୨୬୧
 

ବାଛି ଆଣିମା ଚାଲ ଦିବ୍ୟ ହୟେ
ଯାହା ଚଢ଼ିଲେ ନଥିବନି ଭୟେ । ।୩୦।
ୟେତେ ବୋଲି ତୋଟାପୁରୁଁ ବାହାର
ନିଶି ହୋଇଛି ଅଢ଼ାଇ ପହର ।
ଯାଇ ପ୍ରବେଶ ହୋଇଲେ ତୁରିତ
ବାଜିପାଳେ ଶୋଇଛନ୍ତି ସମସ୍ତ ।
ଦୁଇ ତୁରଙ୍ଗ ରାୟେ ପକ୍ଷିରାଜ
ସେହୁ ଶାଳରେ ହୋଇଛନ୍ତି ସଜ ।
ଗଣ୍ଠି ମୁଠି ଦେଖିଣ ଫେଡ଼ି ଘୋଡ଼ା
ଖଣ୍ଡା ଆଗହୁଁ ହୋଇଅଛି ଭିଡ଼ା ।
ଦୁର୍ଗା ସୁମରି ବେନି ହୟେ ଚଢ଼ି
ଆଉ ଅଶ୍ୱମାନଙ୍କୁ ଦେଲେ ଫେଡ଼ି । ।୪୦।
ବାଜୀ କ୍ଷେତ୍ରପାଳ ଲାଗି ପ୍ରଚଣ୍ଡ
ଡେଇଁ ବୁଲନ୍ତି ସବୁ ହାଟ ଦାଣ୍ଡ ।
ଅତି ହରଷେ କୁମାର କୁମାରୀ
ୟେହୁ ଗୋଳରେ ଗଲେ ଖରକରି ।
ୟେଥୁଁ ବାଜିପାଳମାନେ ଚିଆଇଁ
ଅତି ଆରତେ ହୋଇ ଧୂଆଁ ଧୁଇଁ ।
ବାଜି ଖୁରି କରିବାରେ ଚହଟ
ନଗ୍ରଜନ ଶୁଣି ଅତି ଉଚ୍ଚାଟ ।
ଶଶିସେଣାର ସଖୀ ଶୋଇଥିଲେ
ନିଦ୍ରାଗତେ ସେ ସପନେ ଦେଖିଲେ । ।୫୦।
ଗତ କଥା ତାହାଙ୍କ ମନେ ଥିଲା
ତେଣୁ ଦେଖିଲେ ବାଳୀ ବାଘ ନେଲା ।
ତେଣୁ କରନ୍ତି ଶୋକ ଉଚ୍ଚବାଣୀ
ବିଳିବିଳାଇ ସକଳ ତରୁଣୀ ।