ପୃଷ୍ଠା:Prachina Odia Kabita.pdf/୨୭୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାବ୍ଦୀ
୨୬୩
 

ୟେତେ ବୋଲି ରାୟେ ହେଲେ ଅଚେତ
ତୋଳି କାମିନୀ କରନ୍ତି ସଚେତ ।
ୟେଥୁ ପ୍ରଭାତ ହୋଇଲା ରଜନୀ
ଗୋଳ କଲେ ସେ ବାଜିପାଳ ପୁଣି ।
ନିଶାକାଳେଣ ଅଶ୍ୱ ଉତୁରିଲେ
ରଜ୍ଜୁ ଛିଣ୍ଡାଇ ସର୍ବେ ପଳାଇଲେ ।
ଖୋଜି ପାଇଲୁ ଦେବ ସବୁଙ୍କୁହିଁ
ପକ୍ଷିରାଜ ତୁରଙ୍ଗ ଦୁଇ ନାହିଁ ।
ରାଜା ଶୁଣି ନଶୁଣିଲା ହୋଇଲେ
ଏତେ ଜଣାଇ ଲେଉଟି ଅଇଲେ । ।୯୦।
ନଗରରେ ଶୁଭିଲା ୟେହୁ ବାଣୀ
ବ୍ୟାଘ୍ର ନେଲାକ ନୃପତିଦୁଲଣୀ ।
ଶୁଣି ଅନନ୍ତ ସିଦ୍ଧ ଯେ ବୋଇଲେ
ଭଲ ଉପାୟ କରି ଦୁହେଁ ଗଲେ ।
ଅପକୀରତି ଆମ୍ଭଙ୍କୁ ନୋହିଲା
ଧାତା କରିଛି ଘଟସୂତ୍ର ଭଲା ।
ୟେତେ ବିଚାରି ନୃପତି ସନ୍ନିଧ
ଯାଇ କହନ୍ତି ଅନେକ ପ୍ରବୋଧ ।
ୟେହୁ ସଂସାର ଅନିତ୍ୟ ଅଟଇ
ଯିବା ନିଶ୍ଚୟେ କେହି ରହି ନାହିଁ । ।୧୦୦।
ଆଗ ପଛକ ୟେତେକ ମାତର
ଜାଣି ହୋଅ କିପାଁ ତୁମ୍ଭେ କାତର ।
ବ୍ୟାଘ୍ର କୁମାରୀ କରିଛି ହରଣ
କାହା ବଳେ ତା କରି ହୋୟେ ଆନ ।
ଏବେ ନ କରସି ତୁମ୍ଭେ ଶୋଚନ
ବିହି କରିଛି ଯାହା ନିରିମାଣ ।