ପୃଷ୍ଠା:Prachina Odia Kabita.pdf/୨୭୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଚାଟ ଇଚ୍ଛାବତୀ

ବନମାଳୀ ଦାସ

  ବନ୍ଦଇଂ ଯେ ଗଣପତି ଗଉରୀର ବାଳ
ଶ୍ରୀଖଣ୍ଡି ଚନ୍ଦନ ତୋର ଶୋହଇ କପୋଳ ।
ଦକ୍ଷିଣ ଦ୍ୱାର ମଣ୍ଡନ ସଦାଶିବ ସୁତ
ମୋତେ ତୁ ପ୍ରସନ ହୁଅ ଦେବ ଗଣନାଥ ।
ଅନୁଗ୍ରହ କର ମୋତେ ପାର୍ବତୀତନୟେ
ଚାଟ ଇଚ୍ଛାବତୀ କଥା କରିବି ଉପାୟେ ।
ୟେମନ୍ତେଣ ବେନିଜଣ ପଡ଼ୁଥାନ୍ତି ନିତି
ପଢ଼ନ୍ତି ସକଳ ବିଦ୍ୟା ଗୁରୁଙ୍କ ସଂଗତି ।
ୟେକ ଦିନେ ଇଚ୍ଛାବତୀ ପଢ଼ିବାର ବେଳେ,
ହସ୍ତରୁ ଖସିଲା ଖଡ଼ି ଗଡ଼ିଗଲା ତଳେ । ।୧୦।
ବୋଲଇ କୁମାରୀ ତୁମ୍ଭେ ଶୁଣସି ହେ। ଚାଟ
ଖଡ଼ି ଗୋଟି ପଡ଼ିଗଲା ଦିଅ ମୋର ହସ୍ତ ।
ଇଚ୍ଛାର ବଚନେ ଚାଟ ବୋଇଲେ ଉତ୍ତର
ଖଡ଼ି ଯେବେ ତୋଳିଦେବି ସତ୍ୟ ମୋରେ କର ।
ଚାଟର ବଚନେ ବାଳୀ କଲା ସନମତ
ଖଡ଼ି ଗୋଟି ତୋଳିଦିଅ ହେଲା ମୋର ସତ୍ୟ ।
ୟେସନ ବୋଲିଣ ଚାଟ ଓହ୍ଲାଇଣ ଗଲା
ଖଡ଼ିଗୋଟି ତୋଳି ଇଚ୍ଛାବତୀ କରେ ଦେଲ। ।
ପଢ଼ନ୍ତି ହରଷେ ତହିଂ ନୃପତି କୁମାରୀ
ମଣୋହୀଂ ନିମନ୍ତେ ବାମା ଗଲା ଖର କରି । ।୨୦।
ଚାଟ ଭୁଞ୍ଜିଣ ଗଲା ଗୁରୁଙ୍କ ସଙ୍ଗରେ
ମୋଣୋହୀଂ ସାରିଣ ବାମା ଗଲା ଧାତିକାରେ ।
ବିଚାରଇ କାହିଁକି ସେ କରାଇଲା ସତ୍ୟ
ୟେସନ ବିଚାରି ବାମା ଗମଇଂ ତୁରିତ ।
ଚାଟଶାଳୀ କୋଣେ ବାଳୀ ଅଛି ଗୋପ୍ୟ ହୋଇ
ୟେସନ ସମୟେ ଚାଟ ମିଳିଗଲେ ଯାଇ ।