ପୃଷ୍ଠା:Prachina Odia Kabita.pdf/୨୭୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୬୬
ପ୍ରାଚୀନ ଓଡ଼ିଆ କବିତା
 

କେହି କେଣେ ନାହିଂ ବୋଲି ଚାହିଁଲା ନିରେଖି
ପଛଆଡ଼େ ଥାଇ ଇଚ୍ଛା ବୁଜିଲାକ ଆଖି ।
ନ ଜାଣଇ କିୟେ ତୁମ୍ଭେ କହ ବୋଲି ଚାଟ
ନ ଛାଡ଼ଇ ଇଚ୍ଛାବତୀ ଉଛୁଡ଼ଇ ହସ୍ତ । ।୩୦।
ଛଡ଼ାଇ ନ ପାରି ଚାଟ ହୋଇଲା ନିସତ
ନ ଛାଡ଼ୁ ବୋଲିଣ ତୋତେ ମୋହରି ସପତ ।
ୟେସନ ସମୟେ ହସ୍ତ କାଢ଼ିଲା ତୁରିତ
ନେଉଟି ଚାହିଁଲା ପଛେ ନୃପତି ଦୋହିତ ।
ହସ ହସ ହୋଇ ବାଳୀ ବୋଲଇ ଉତ୍ତର
ସ୍ୱରୁପ କରିଣ ଚାଟ କହ ମୋ ଆଗର ।
ବୋଲନ୍ତି କୁମାରୀ ତୁମ୍ଭେ ଶୁଣସି ହୋ ଚାଟ
ଖଡ଼ି ତୋଳି ଦେଲାବେଳେ କରାଇଲୁ ସତ୍ୟ ।
କହ ତ ସ୍ୱରୂପ ଚାଟ ଗୁପତ ନ କର
ନ କହୁ ବୋଲିଣ ତୋତେ ସପତ ମୋହର । । ୪୦ ।
ଇଚ୍ଛାର ବଚନେ ଚାଟ ମଉନ ହୋଇଲା
ମନକୁ ସଂକୋଚ କରି ଉତ୍ତର ନ ଦେଲା ।
ମନେ ମନେ ଭାଳୁଅଛି କି କହିବି ବୋଲି
ନ ଜାଣିଣ ଅନମିତେ ସତ୍ୟ କରାଇଲି ।
ଯୁଗତେ ଅଟଇ ସେ ଯେ ନୃପତିକୁମାରୀ
ଲୋକିତ ବେଭାରେ ମୁହିଂ ଅଟଇ ଭିଖାରୀ ।
କହିଲେ ହେଂ ପୁଣ ମୋତେ କରୁଥାଇ ରାଗ
କି ବୋଲି କହିବି ମୁହିଂ ଇଚ୍ଛାବତୀ ଆଗ ।
ନୃପତି ଶୁଣିଲେ ନିକି ଜିଆଇବେ ମୋତେ
କୁମାରୀ ଆଗରେ ମୁହିଂ କହିବି କେମନ୍ତେ । ।୫୦।
ସରୂପ କହିଲେ ମୋତେ ଯାହା ଇଚ୍ଛା କରୁ
ଇଚ୍ଛାବତୀ ହେତୁରେ ମୋ ସମ୍ପଦଇ ସରୁ ।
ୟେସନ ବିଚାରି ଚାଟ ବୋଲଇ ବଚନ
ଯାହା ପଚାରିଲୁ ଇଚ୍ଛା ସାବଧାନେ ଶୁଣ ।