ପୃଷ୍ଠା:Prachina Odia Kabita.pdf/୨୭୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାବ୍ଦୀ
୨୬୭
 

ଯେଉଁ ଦିନୁ ସଂଗେ ତୋର ପଡ଼ୁଥାଇ ବସି
ଅହନିଶି ଗୁଣୁଥାଇ ମନେ ଶୁଭ୍ରକେଶି ।
ତୁ ମୋର ଭାବିନୀ ହେବୁ ମୁହିଂ ତୋର ନାହା
ନିରନ୍ତରେ ହୃଦେ ମୋର ଭାବୁଥାଇଂ ୟେହା ।
ୟେହା ଶୁଣି ଇଚ୍ଛାବତୀ ହୋଇଲା ସନ୍ତୋଷ
ହସ୍ତ ଧରି ଚାଟକୁ ସେ ବସାଇଲା ପାସ । ।୬୦।
ଯାହା ତୁ ବୋଇଲୁ ଚାଟ ଚିନ୍ତା ତୁ ନ କର
ନିଶ୍ଚୟେ ଭାବିନୀ ମୁହିଂ ହୋଇବି ତୋହୋର ।
ତୋତେ ମୋତେ ଧାତା ଆଣି କରାଇଂଛି ଭେଟ
ୟେ କଥାକୁ ମନେ କିଛି ନ ଧର ତୁ ଚାଟ ।
ମୋହର ସାଦୃଶେ ଧାତା ବର ଆଣି ଦେଲା
ମୁହିଂ ନିରିମାଖୀ ବୋଲି ତୋତେ ଭେଟାଇଲା ।
ଇଚ୍ଛାର ବଚନେ ଚାଟ ବୋଲେ ଅନୁସରି
ମୁହିଂ ଭିକ୍ଷାବାସୀ ତୁମ୍ଭେ ନୃପତିକୁମାରୀ ।
ଗୁରୁଙ୍କର ଠାରୁ ମୁହିଂ ମାଗି ଖାଇଂ ଅନ୍ନ
ନିଧନ ପୁରୁଷ ମୋର ହାତେ ନାହିଂ ଧନ । ।୭୦।
ପିନ୍ଧିଲାର ବସ୍ତ୍ରଠାରୁ ଗୁରୁ ଦ୍ୟନ୍ତି ମୋତେ
ସରୂପ ବଚନ ବାମା କହିଲଇଂ ତୋତେ ।
ନିଦ୍ରବ୍ୟ ପୁରୁଷ ମୁହଂ ମହାଦୁଃଖେ ଦୁଃଖୀ
ମୋହୋର କଷ୍ଟକୁ ୟେକା ଧର୍ମ ହିଂ ସେ ସାକ୍ଷୀ ।
ଚାଟର ବଚନେ ଇଚ୍ଛା କହେ ପରିଘାଇ
ୟେସନ ଅଭିନ ମନେ ଧରୁ କାହିଂ ପାଇଂ ।
ତୁମ୍ଭେ ଯେ ବୋଇଲ ମୁହିଂ ନିଧନ ପୁରୁଷ
ପୀରତିଧନ ଯେ ଥାଉଂ କରିବାଟି କିସ ?
ମହତ ବଚନ ଚାଟ ପାଷାଣର ଗାର
ନିଧନ ତୁ ଅଟୁ ମୋତେ ଅମୂଲ୍ୟ ଭଣ୍ଡାର । ।୮୦।
ୟେ ଛାର ଜୀବନ ମୋର ଥିବ ଯେତେ ଦିନ
ତୁ ମୋର ଜୀବନ ମୁହିଂ କି କରିବି ଧନ ।