ପୃଷ୍ଠା:Prachina Odia Kabita.pdf/୨୭୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୬୮
ପ୍ରାଚୀନ ଓଡ଼ିଆ କବିତା
 

ଗୁଂଆର ଯୁବତୀ ସିନା ଧନକୁ ମଞ୍ଜଇ
ସୁଜାଣ ସୁନ୍ଦେରୀ ପ୍ରୀତି ପାଇଂ ଜୀବ ଦେଇ ।
ମୁହିଂ ଯେବେ ପୂର୍ବେ ସେବା କରିଥିବି ହର
ତେବେ ସିନା ଚାଟ ତୋର ଧରିବଇଂ କର ।
ତୋତେ ମୋତେ ଧାତା ଆଣି କରିଛ ଘଟଣ
ମିଛ ନୋହେ ମୋତେ ମାତା ପିତାଙ୍କର ରାଣ ।
ଇଚ୍ଛାର ବଚନେ ଚାଟ ପରମ ସାନନ୍ଦ
ହୃଦଗତେ ସୁମରଇଂ ଶ୍ରୀରାମ ଗୋବିନ୍ଦ । ।୯୦।
ହସି କୋଳାଗ୍ରତ କଲା ନୃପତିକୁମାରୀ
ଚାଟ କଣ୍ଠେ ଲମ୍ବାଇଂଲା ନେଇ ପୁସ୍ୟମାଳୀ ।
ବେନି ଜନେ ୟେକ ଠାବେ ପାଶେ ନାହିଂ କେହି
ଦରିଦ୍ରରେ କୋଟି ଧନ ଅନ୍ଧ ଚକ୍ଷୁ ପାଇ ।
ୟେମନ୍ତ ସମୟେ ଗୁରୁ ମିଳିଲେକ ଯାଇ
ଦେଖିଣ ପଢ଼ି ବସିଲେ ମହ ସୁଖ ପାଇ ।
ସେହି ଦିନୁ ବେନି ଜନେ ୟେକ ଚିତ ମନ
ଯାହା ସେଟି ପ୍ରଜାପତି କରିଛି ଲେଖନ ।
ୟେକ ମୁଖ ହୋଇ ଦୁହେଂ ବିଦ୍ୟା ପଡ଼ୁଥାନ୍ତି
ଚନ୍ଦ୍ରକୁ ଦେଖିଣ ଚନ୍ଦ୍ରମଣି ଝଟକନ୍ତି । ।୧୦୦।
ଦଣ୍ତେ ନ ଦେଖିଲେ ପ୍ରାଣ ନ ରଖନ୍ତି କେହି
ବେନି ଜନଙ୍କର ସେ ଅଟଇ ୟେକ ଦେହୀ ।
ୟେମନ୍ତ ପ୍ରକାରେ ସେ କେତେହେଂ ଦିନ ଗଲା
ଦଇବେଣ ଗଣେଶ୍ୱର ଚଉଠୀ ପଡ଼ିଲା ।
ଚାଟକୁ ହକାରି ଗୁରୁ ବୋଲନ୍ତି ବଚନ
ପୂଜା କରିବାକୁ ଫଳ ପୁଷ୍ପ ତୋଳି ଆଣ ।
କରପତ୍ର ଯୋଡ଼ି ଚାଟ ବୋଲଇ ଉତ୍ତର
ମୁଁ ୟେକା କେମନ୍ତେ ଯିବି ସଙ୍ଗେ ଜଣେକର ।
ଶୁଣି କରି ଗୁରୁ ତାଙ୍କୁ ନ ଦେଲେ ଉତ୍ତର
ଓଝାଙ୍କ ଛାମୁରେ ଇଚ୍ଛା ଯୋଡ଼ି ବେନି କର । ।୧୧୦।