ପୃଷ୍ଠା:Prachina Odia Kabita.pdf/୨୭୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାବ୍ଦୀ
୨୬୯
 

ମୋତେ ପଠିଆଅ ମୁହିଂ ଚାଟ ସଙ୍ଗେ ଯିବି
ଫୁଲ ଫଳ ତୋଳି କରି ମୁହିଂ ଆଣି ଦେବି ।
ଓଝାୟେ ବୋଇଲେ ତୁମ୍ଭେ ଯାଅ ଫୁଲ ତୋଳି
ଶୁଣିଣ ଆନନ୍ଦ ହେଲା ଇଚ୍ଛାବତୀ ବାଳୀ ।
ଚାଟ ଇଚ୍ଛାବତୀ ଦୁହେଂ ଚଳିଗଲେ ଖରେ
ପ୍ରବେଶ ହୋଇଲେ ଯାଇ ତୋଟାର ଭିତରେ
ପୁସ୍ୟ ତୋଳିବାକୁ ଚାଟ ନବଳଇ ମନ
ଅନୁସରି ଚାହୁଂଅଛି କୁମାରୀ ବଦନ ।
ଚମ୍ପେକ ବୃକ୍ଷରେ ବାଳୀ ଉଠିଲାକ ଯାଇ
ପୁସ୍ୟ ତୋଳୁଅଛି ବାଳୀ ଆଙ୍କୁଡ଼ୀ ଲଗାଇ । ।୧୨୦।
ଚାଟ ଉଭା ହୋଇଅଛି ସେହି ବୃକ୍ଷ ତଳେ
ପଡ଼ିଲା ପୁସ୍ୟ କୁମର ତୋଳଇ ଅଞ୍ଚଳେ ।
ଦକ୍ଷିଣ ପବନ ଯେ ବହଇ ଥରହର ।
ବାତଘାତେ ତନୁ ଯେ କମ୍ପଇ ଥରହର ।
ଭୟ ପାଇ ତରୁ ଡାଳ ଧରେ ଶୁଭ୍ରକେଶୀ
ହୃଦର ଅଞ୍ଚଳ ତାର ପଡ଼ିଲାକ ଖସି ।
ତରୁତଳେ ଥାଇଂ ଚାଟ ଦେଲାକ ଅନାଇ
ଦେଖିଲାକ ଯୁବତୀର ହୃଦେ ବସ୍ତ୍ର ନାହିଁ ।
ୟେକେଣ ସୁନ୍ଦେରୀ ଯେ ନାହିଂ ପଟାନ୍ତର
ବେନିକୁଚ କିବା ତାର ମଦନଭଣ୍ଡାର । ।୧୩୦।
ଆବର ବିଶେଷେ ମଝା ଡମ୍ବରୁ ଆକାର
ତାହା ଚାହିଂ ଚାଟ ମନେ ହୋଇଲା କାତର ।
ପଞ୍ଚୁବାଣ ତାର ଅଙ୍ଗେ ପିଡିଲା ମଦନ
ଟଳିଣ ପଡ଼ିଲା ଚାଟ ହୋଇ ଅଚେତନ ।
ପବନ ରହନ୍ତେ ବସ୍ତ୍ର ସମ୍ଭାଳିଲା ଇଚ୍ଛା
କି କରୁଛୁ ବୋଲି ଚାଟ ତାକୁ କଲା ପୁଚ୍ଛା ।
ଇଚ୍ଛାର ବଚନେ ଚାଟ ଉତ୍ତର ନ ଦେଲା
ନାହିଁ ବୋଲ କରି ବୃକ୍ଷ ତଳକୁ ଚାହିଂଲା ।