ପୃଷ୍ଠା:Prachina Odia Kabita.pdf/୨୮୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାବ୍ଦୀ
୨୭୭
 

ଜାଗ୍ରତ ହୋଇଣ କେହୁ ବସେ ଦିବାନିଶି
ଯୋଗମାର୍ଗ ଗ୍ୟାନ ନୋହେ ବୀରସିଂଘ ଭାଷି ।।୨୬।
ରବି ଶଶୀ ଅନଳ ଯେ ପବନ ବରୁଣ
ଋଷି ତପୀ ଭଗବନ୍ତ ସନ୍ୟାସ ବ୍ରାହ୍ମଣ
ରୂପ ଗୁଣ ବହି କରି ଯେତେକ ଅଛନ୍ତି
ରାଇ ନଛିନ୍ଦ୍ରକୁ ବୀରସିଂଘ ସେ ଭାଷନ୍ତି । ।୨୭।
ନାଭିଠାରୁ ଶିଖା ସୂତ୍ର ଯେତେକ ୟେ ଥାନ
ଲମ୍ବିକା ଘଟିକା ସବୁ ଦେହର ବିଧାନ
ଲକ୍ଷ କଥାମାନ ସିନା କେରେ ଦିନ ଥିବ
ନଛିନ୍ଦ୍ରକୁ ବୀରସିଂଘ କହିହେଲେ ଭାବ । ।୨୮।
ବୋଇଲଇଂ ଯାହା ସେ ଯେ ଶରୀର ଅଟଇ
ବ୍ରହ୍ମରନ୍ଧ୍ର ଘରେ ସିନା ବିଜେ ମାହାମାଇ
ବଚନରେ ଯେତେକ କହିବ ଦୃଷ୍ଟାନ୍ତର
ବୋଲେ ବୀରସିଂଘ ଗ୍ୟାନ ନୋହେ ରେ ନିକର ।।୨୯।
ଶେଷ ଉପରେ ସେ ଯେ ଅନନ୍ତ ଶୋୟନ
ଶତ ଦଳ ପଦ୍ମ ଫୁଟି ବିକାଶଇ ପୁଣ
ସେ ପଦ୍ମକେଶର ପରେ ପରମ ବିହରି
ସଦ ଗ୍ୟାନ ନୋହେ ବୀରସିଂଘ ଯେ ଉଚାରି । ।୩୦।
ଷୋଳ ଡମ୍ବରୁ ଉପରେ ମେରୁଦଣ୍ଡ ଶିଖ
ଶ୍ରୀହଟ ପାଟଣା ଅଛି ତଥି ପରେ ଦେଖ
ସୁଷୁମୁନା ରନ୍ଧ୍ରେ ସିନା ବିଜେ ମାହାମାଇ
ସଦଗ୍ୟାନ ନୋହଇ ୟେ ବୀରସିଂଘ କହି । ।୩୧।
ଶରୀରେଣ ସପ୍ତ ଧାତୁ ରକ୍ତ ମାଂସ ଚର୍ମ
ଅସ୍ଥି ନାଡ଼ି ମଜ୍ଜା ଲୋମ ୟେ ଆଦି ପ୍ରମାଣ
ସତୁର ସହସ୍ର ନାଡ଼ି ଦେହରେ ସେ ପୁଣ
କହେ ବୀରସିଂଘ ଗ୍ୟାନ ନୋହଇଟି ଜାଣ । ।୩୨।