ପୃଷ୍ଠା:Prachina Odia Kabita.pdf/୨୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫ଶ ଶତାଦ୍ଦୀ
୨୩
 

ଯାଈ ଫୁଲ କନିଅର ଖୋସାରେ ଖୋସିଲେ
ଯତନେ କସ୍ତୁରୀ ଚିତା କପାଳରେ ଦେଲେ । । ୨୬ ।

ରତ୍ନ ଓଡ଼ିଆଣୀ ଚୁଡ଼ି ମଥାରେ ସୀମନ୍ତି
ରାମ ଅଭିଷେକ ଚୂଡ଼ି ନାସେ ଗଜମୋତି ।
ରୁଣଝୁଣ ବାଜୁଅଛି ପୟରେ ନୂପୁର
ରାଜୀବଦଳ ଲୋଚନେ ରଞ୍ଜିଲେ କଜ୍ଜ୍ୱଳ । । ୨୭ ।

ଲତାବଳି ପାଟେ ପିନ୍ଧି ନେତେ ଉପୁରାଣ
ଲାବଣ୍ୟ ଚନ୍ଦ୍ରବଦନୀ ଲକ୍ଷେ ଲକ୍ଷ୍ମୀ ଗୁଣ ।
ଲବଣ ଚଉଁରୀ ପୂଜା ଆଣି ବଢ଼ାଇଲେ
ଲଳିତେ ମଙ୍ଗଳ ଗୀତ କାମିନୀ ଗାଇଲେ । । ୨୮ ।

ବ୍ରହ୍ମା ଆଚାର୍ଯ୍ୟ ହୋଇଣ ବେଦିରେ ବସିଲେ
ବରକୁ ସେ ଦଶଜଣ ତୋଳି ବସାଇଲେ ।
ବାସ ବର୍ଗ ବନ୍ଧୁ ବାକ୍ୟ ଅସରଳା ସୂତା
ବସିଲେ କଟମ୍ବାମାଡ଼ି ବାଳୀ ଘେନି ପିତା । । ୨୯ ।

ଶିରରେଣ ବାନ୍ଧିଲେ ମୁକୁଟ ପଞ୍ଚଶାଖା
ଶୋଇପଡ଼ି ବୁଢ଼ା ଖାସୁ ଖାସୁ ଗଲା ମୂର୍ଚ୍ଛା ।
ଶାଶୁ ଆଦି ସମସ୍ତେ ଯେ ବୋବାଳି ଛାଡ଼ିଲେ
ସଚେତ ପାଇଲା ବୁଢ଼ା ତୋଳି ବସାଇଲେ । । ୩୦ ।

ସନ୍ତୋଷେ ହସ୍ତ ଯୋଡ଼ିଣ କଲେକ ସେ ନାରୀ
ସତ୍ୱରେ ଦେବତାଏ ଗଲେ ଯେଝା ପୁରୀ ।
ସନ୍ତୋଷେଣ ନାରୀ ମିଳି ଜୁଆ ଖେଳାଇଲେ
ସତ୍ୱରେଣ ବର-କନ୍ୟା ବେଦିରୁ ଉଠିଲେ । । ୩୧ ।

ସମସ୍ତେ ବସିଣ ପଞ୍ଚୁ ଗ୍ରାସାଦି ସାରିଲେ
ସ‌ହୀ ସଙ୍ଗାତୁଣୀମାନେ ମହୁଶ‌ଯ୍ୟା କଲେ ।
ସୁରଗଣେ ବେ କନ୍ୟା କରୁଛନ୍ତି ଭାବ
ଶୋଭା ପାଉଛନ୍ତି ଦୁହେଁ ରତି କାମଦେବ । । ୩୨ ।