ପୃଷ୍ଠା:Prachina Odia Kabita.pdf/୨୯୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୮୦
ପ୍ରାଚୀନ ଓଡ଼ିଆ କବିତା
 

ହରି ହୋ, ଡରାଉଥିଲା ଅନୁବ୍ରର୍ତ୍ତେ ଭ୍ରାନ୍ତି
ଡୋଳାରେ ଦେଖି ମୁଂ ହୋଇଲି ଶାନ୍ତି ।
ନାଥ ମୁଂ ଢାଙ୍କୁଣୀ ଫେଡ଼ି ଦେଖିଲି
ଢଳୁ ଢଳୁ ଅମୃତ ଢୋକିଲି | ।୭।

ହରି ହୋ, ଅଣ ଅକ୍ଷର ତୋ ପରମ ସନ୍ଧି
ଅଣ ଅକ୍ଷର ଅର୍ଦ୍ଧ ମାତ୍ରା ବନ୍ଦୀ ।
ନାଥ ମୁଂ ତ୍ରିକୁଟରେ ଠାବ କଲି
ତୁମ୍ଭ ନାମ ତରକ ଚେତିଲି ।।୮।

ହରି ହୋ, ଥକା ଘର ଏ ତ ମିଛ ସଂସାର
ଥିଲେ ହେ ଏଥି ତ ଅତି ଅସାର ।
ନାଥ ମୋ ଦୁଃଖ କେମନ୍ତେ ଜାଣିଲୁ
ଦୟାକରି ଦ୍ରିବଚକ୍ଷୁ ଦେଲୁ ।।୯।

ହରି ହୋ, ଧୁନୀ ଧଇଂଲି ଜ୍ୟୋତି ଉଦେ କଲି
ଧରି ମନକୁ ନାମରେ ଖଞ୍ଜିଲି ।
ନାଥ ନିଶ୍ଚୟେ ଭକ୍ତ ଲମ୍ପଟ ।
ନାମ ଭଜିଲେ ହେଉ ନିକଟ ।।୧୦।

ହରି ହୋ, ପ୍ରାଣ ବ୍ୟାନ ଉଦ୍ୟାନ ସମାନ
ପଞ୍ଚଭୂତଙ୍କର ନାମ ଜୀବନ ।
ନାଥ ମୁଂ ପୁଟି ମରିଥିଲି ମିଛେ
ଫୁକା ବନ୍ଧେ ଭେଟିଲି ପ୍ରତ୍ୟକ୍ଷେ ।।୧୧।

ହରି ହୋ, ବହନ୍ତା, କହନ୍ତା ଗାହାନ୍ତା ଶ୍ରୁତି
ବ୍ରତୀ ଅଛନ୍ତି ଏ ନାମକୁ ଘେତି ।
ନାଥ ଏ ଭବକୁ ଯେ ନାବ ନାବ
ଭୂତ, ଭଈଂରୀ କରିଅଛି ଠାବ ।।୧୨।

ହରି ହୋ, ମାଇଲା ତୋ ନାମେ ବ୍ରହ୍ମକୁ ହର
ମୋହ ମାୟାକୁ କଲୁ ପରିଚାର ।